କରୋନାରୁ ସୁସ୍ଥ ହେବା ପରେ ଆପଣାନ୍ତୁ ଏହି ଉପାୟ, ବ୍ଲାକ୍ ଫଙ୍ଗସ ଠାରୁ ରଖିପାରିବେ ନିଜକୁ ସୁରକ୍ଷିତ
Khabar Odisha:This-way-you-can-keep-yourself-safe-from-black-fungus-after-recovering-from-corona

ନୂଆଦିଲ୍ଲୀ, ମେ ୨୪ (ଖବର ଓଡ଼ିଶା): ସମ୍ପ୍ରତି କୋଭିଡ -୧୯ ମହାମାରୀ ମଧ୍ୟରେ ମ୍ୟୁକୋରାମାଇକୋସିସ୍ (କଳା ଫଙ୍ଗସ୍ ନାମରେ ମଧ୍ୟ ଜଣାଶୁଣା) ଦେଶରେ ଦ୍ରୁତ ବୃଦ୍ଧି ଘଟୁଛି । ବର୍ତମାନ ପୁରା ଦେଶରେ ଏହି ଫଙ୍ଗଲ୍ ସଂକ୍ରମଣ ଶୀଘ୍ର ପ୍ରାୟ ୧୦ ହଜାର ଲୋକଙ୍କୁ ଆକ୍ରାନ୍ତ କରିଛି । କର୍କଟ ଭଳି ଏହି ମାରାତ୍ମକ ସଂକ୍ରମଣ ବିଷୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଡାକ୍ତରମାନେ ନିବେଦନ କରୁଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କୋଭିଡ ସଂକ୍ରମଣରୁ ପୁନରୁଦ୍ଧାର ପରେ କିମ୍ବା କିଛି ଲୋକଙ୍କ ସଂକ୍ରମଣ ସମୟରେ ଏହି ସଂକ୍ରମଣ ହୋଇପାରେ । ମ୍ୟୁକୋରାମାଇକୋସିସ୍ କାରଣରୁ ମୃତ୍ୟୁ ହାର ୫୦ ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ, ଅର୍ଥାତ୍ ଏହି ସଂକ୍ରମଣରେ ସାମାନ୍ୟ ଅସାବଧାନତା ମଧ୍ୟ ସାଂଘାତିକ ହୋଇପାରେ । ଲକ୍ଷଣଗୁଡିକର ଠିକ ସମୟରେ ଚିହ୍ନଟ କରାଯିବା ଏବଂ ଏହାର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ଅତ୍ୟନ୍ତ ଆବଶ୍ୟକ ।

ଦିଲ୍ଲୀ ଏମ୍ସ ରେ ଏଣ୍ଡୋକ୍ରିନୋଲୋଜି ଏବଂ ମେଟାବୋଲିଜିମ୍ ବିଭାଗର ମୁଖ୍ୟ ଡକ୍ଟର ନିଖିଲ ଟଣ୍ଡନ୍ କହିଛନ୍ତି ଯେ ମ୍ୟୁକୋମାଇକୋସିସ୍ ରୋଗରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଏହା କେବଳ ସେହି ଲୋକଙ୍କୁ ପ୍ରଭାବିତ କରିଥାଏ ଯେଉଁମାନଙ୍କର ରୋଗପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ଦୁର୍ବଳ । ଯଦି ଜଣେ ବ୍ୟକ୍ତି ସୁସ୍ଥ ଅଛନ୍ତି ଏହାକୁ ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କୋଭିଡ -୧୯ ରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କଠାରେ କଳା ଫଙ୍ଗସ୍ ରୋଗ ଦେଖାଯାଏ । ଏହାକୁ ତୁରନ୍ତ ଚିହ୍ନଟ କରାଯାଇ ଚିକିତ୍ସା କରାଯିବା ଆବଶ୍ୟକ ରହିଛି । 

ବ୍ଲାକ୍ ଫଙ୍ଗସ୍ ର କିଛି ପ୍ରମୁଖ ଲକ୍ଷ୍ୟଣ ଗୁଡିକ ହେଉଛି

- ନାକ, ଆଖି କିମ୍ବା ପାଟିରୁ କଳା ପାଣି ବାହାରିବା

- ନାକ ସଂକ୍ରମଣ

- ନାକ ଚାରିପାଖରେ ଗାଲର ହାଡରେ ଯନ୍ତ୍ରଣା ଅନୂଭବ ହେବା

- ଦାନ୍ତ ଏବଂ ଦାନ୍ତ ମାଢି ଯନ୍ତ୍ରଣା

- ଜ୍ୱର

- ଶରୀର ନୀଳ ପଡିଯିବା

- ଛାତି ରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା

- ରକ୍ତ ବାନ୍ତି, ପାଟିର ଦୁର୍ଗନ୍ଧ ହେବ ଇତ୍ୟାଦି

ତେବେ ଯେଉଁ କୋଭିଡ ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ସେବାନେ ମ୍ୟୁକୋମାଇକୋସିସ୍ ରୋକିବା ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏହିପରି ଲୋକମାନେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଘରେ ୪ ରୁ ୬ ସପ୍ତାହ ପର୍ଯ୍ୟନ୍ତ ଲୁଣିଆ ପାଣିରେ ନାକ ସଫା କରିବା ଜାରି ରଖିବା ଉଚିତ୍ । ଏହା ବ୍ୟତୀତ କରୋନାରୁ ସୁସ୍ଥ ହେବା ପରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପଦକ୍ଷେପ ଯେପରିକି ପୁଷ୍ଟିକର ଖାଦ୍ୟ, ପ୍ରତିଦିନ ସକାଳର ସୂର୍ଯ୍ୟକିରଣରେ ବସି ଭିଟାମିନ୍ ସି ଏବଂ ଡି ଗ୍ରହଣ କରାଯିବା ଉଚିତ୍ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହି ସଂକ୍ରମଣ ମଧୁମେହ ରୋଗୀଙ୍କ ପାଇଁ ଅଧିକ କ୍ଷତି ଘଟାଇପାରେ । ଯେଉଁମାନଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା, କିଡନୀ ରୋଗ, କର୍କଟ କିମ୍ବା ଅଙ୍ଗ ପ୍ରତିରୋପଣରେ ସଂକ୍ରମଣର ଭୟ ଅଧିକ ଥାଏ । କଳା ଫଙ୍ଗସର ମାଗଣା ଚିକିତ୍ସା ଦେଶର ଅନେକ ରାଜ୍ୟରେ ଉପଲବ୍ଧ କରାଯାଇଛି ।

  • Tags:

Subscribe

National International State Sports Entertainment