ଆସନ୍ତା ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, RBI ଜାରି କଲା ଛୁଟି ତାଲିକା
Khabar Odisha:The-bank-will-be-closed-for-15-days-next-monthRBI-releasing-the-holiday-list

ଭୁବନେଶ୍ୱର, ଜୁଲାଇ ୧ (ଖବର ଓଡ଼ିଶା): ଆସନ୍ତା ମାସରେ ୧୫ ଦିନ ଧରି ବନ୍ଦ ରହିବ ଦେଶର ସମସ୍ତ ସରକାରୀ ଓ ଘରୋଇ ବନ୍ଦ । ଏନେଇ ଆଜି ଭାରତୀୟ ରିଜର୍ବ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଛି ଛୁଟି ତାଲିକା ।

ସୂଚନା ଅନୂସାରେ ଆସନ୍ତା ମାସରେ ଭିନ୍ନ ଭିନ୍ନ ରାଜ୍ୟରେ ପର୍ବ ପାଇଁ ୯ ଟି ବ୍ୟାଙ୍କ ଛୁଟି ରହିଥିବା ବେଳେ ବାକି ୬ଟି ଛୁଟି ରବିବାର ଓ ଦ୍ୱିତୀୟ ଓ ଚତୁର୍ଥ ଶନିବାର କୁ ନେଇ ରହିଛି । ଯାହାକୁ ମିଶାଇ ଆସନ୍ତା ମାସରେ ୧୫ ଦିନ ପାଇଁ ସମୂର୍ଣ୍ଣ ଭାବରେ ବନ୍ଦ ରହିବ ବ୍ୟାଙ୍କ ।

ତେବେ ଛୁଟି ଦିନ ମାନଙ୍କରେ ଅନଲାଇନ୍ ସେବା ଜାରି ରହିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡ଼ିଶାରେ ଆସନ୍ତା ମାସରେ ପର୍ବ ପାଇଁ କେବଳ ରଥଯାତ୍ରା ଦିନ ବ୍ୟାଙ୍କ ଛୁଟି ରହିବ ।

  • Tags:

Subscribe

National International State Sports Entertainment