ଭୁବନେଶ୍ୱର, ଜାନୁଆରୀ ୦୯ ( ଖବର ଓଡ଼ିଶା):
ପେଟରେ ଯନ୍ତ୍ରଣା ବହୁତ୍ କଷ୍ଟ ଦିଏ । ପେଟରେ ଯନ୍ତ୍ରଣା ହେଲେ କିଛି ଘରୋଇ ଉପାୟ ଆପଣାନ୍ତୁ ।
ଅଦାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି, ଯାହା ହଜମ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରିଥାଏ । ଏହା ଏବଂ ପେଟରେ ଏସିଡକୁ କମ୍ ରଖେ । ପ୍ରଥମେ ଅଦାକୁ କାଟି ଦିଅନ୍ତୁ, ତା’ପରେ ଏହାକୁ ପାଣିରେ ମିଶାଇ 3-4 ମିନିଟ୍ ଫୁଟାନ୍ତୁ ଏବଂ ଛାଣି କିଛି ମହୁ ମିଶାଇ ଦିନକୁ ଅତି କମରେ 2-3 ଥର ପିଅନ୍ତୁ । ଏହା ପେଟ ଯନ୍ତ୍ରଣା ଦୂର ହେବ।
ପାନମହୁରୀ ରେ ପୁଷ୍ଟିକର ଏବଂ ଯନ୍ତ୍ରଣାରୁ ମୁକ୍ତି ଗୁଣ ରହିଛି । ଗ୍ୟାସ୍ ରୁ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇଁ ପାନମହୁରୀ ଲାଭଦାୟକ।
ହିଙ୍ଗୁ ପେଟ ଯନ୍ତ୍ରଣା କିମ୍ବା ଗ୍ୟାସ ସମସ୍ୟାରୁ ମୁକ୍ତି ଦେଇଥାଏ । ଏଥିପାଇଁ ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଚାମଚ ହିଙ୍ଗୁ ମିଶାଇ ପିଅନ୍ତୁ ।