ହାପି ବାର୍ଥ ଡେ GOOGLE
Khabar Odisha:Search-Engine-Google-Turned-23-Today

ଭୁବନେଶ୍ୱର, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): ଆଜି ୨୩ ବର୍ଷରେ ପଦାର୍ପଣ କରିଛି ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ । ଗୁଗୁଲ ଆଜି ପ୍ରତ୍ୟକଙ୍କ ଜୀବନରେ ଏକ ପ୍ରମୁଖ ଅଙ୍ଗ ପାଲଟି ସାରିଛି । ୨୩ ବର୍ଷ ତଳେ ଆଜି ଦିନରେ ପ୍ରଥମ ଥର ପାଇଁ ଗୁଗୁଲ ସର୍ବଧାରଣଙ୍କ ବ୍ୟବହାର ପାଇଁ ଉନ୍ମୁକ୍ତ ହୋଇଥିଲା । 

ଆଜି ଗୁଗୁଲ ଡୁଡୁଲ ମାଧ୍ୟମରେ ଗୁଗୁଲର ୨୩ତ୍ତମ ଜନ୍ମଦିନ ପାଳନ କରୁଛି କମ୍ପାନୀ । ଏକ ଆନିମେଟଡ୍ ଚକୋଲେଟ୍ କେକ୍ ଡୁଡୁଲ ଆଜି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ଗୁଗୁଲ ର ହୋମପେଜ୍ ରେ ।

ଗୁଗୁଲ୍ ୪ ସେପ୍ଟେମ୍ବର ୧୯୯୮ ରେ ପ୍ରତିଷ୍ଠିତ ହୋଇଥିଲା ମାତ୍ର ପ୍ରତିଷ୍ଠାତା ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନ୍ ୨୭ ସେପ୍ଟେମ୍ବରରେ କମ୍ପାନୀର ଅଫିସିଆଲ୍ ଜନ୍ମଦିନ ପାଳନ କରିବାକୁ ସ୍ଥିର କରିଥିଲେ ।

ଗୁଗୁଲ୍ ଡୁଡୁଲ୍ସ ତିଆରି କରିବାର ପରମ୍ପରା ଅଗଷ୍ଟ ୧୯୯୮ ରୁ ଆରମ୍ଭ ହୋଇଥିଲା, ପ୍ରଥମେ ବର୍ନିଂ ମ୍ୟାନ୍ ଫେଷ୍ଟିଭାଲ୍ ସହିତ । ସେହି ଦିନଠାରୁ, ଗୁଗୁଲ୍ ଡୁଡୁଲ୍ ଯେକୌଣସି ଇଭେଣ୍ଟ କିମ୍ବା ସମଗ୍ର ବିଶ୍ୱରେ ଉତ୍ସବ ପାଳନ କରିବାର ଏକ ପ୍ରତୀକାତ୍ମକ ପଦ୍ଧତିରେ ପରିଣତ ହୋଇଛି ।

କରୋନା ମହାମାରୀ ସମୟରେ ମଧ୍ୟ ଗୁଗୁଲ ନିଜ ଡୁଡୁଲ ମାଧ୍ୟମରେ ସଚେତନତା କରିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି । ଏବେ ଗୁଗୁଲ ଡୁଡୁଲ ମଧ୍ୟ ଗୁଗୁଲ ଭଳି ବେଶ୍ ଲୋକପ୍ରୀୟତା ସାଉଁଟିବାରେ ସଫଳ ହୋଇପାରିଛି ।

  • Tags:

Subscribe

National International State Sports Entertainment