ଟ୍ରକ ଡାଇଭରଙ୍କୁ କାମ ହାସଲ ପାଇଁ ବାର୍ଷିକ ଦେବାକୁ ପଡ଼ିଥାଏ ୪୮ ହଜାର କୋଟି ଟଙ୍କା
Khabar Odisha:Nation-Delhi-Truck-driver-and-owners-pay-Rs-48ooo-crore-per-year-in-bribes

ନୂଆଦିଲ୍ଲୀ, ଫେବୃଆରୀ ୨୯ (ଖବର ଓଡ଼ିଶା): ଦିଲ୍ଲୀ-ଏନସିଆର ସମେତ ପୂରା ଦେଶରେ ଟ୍ରକ ଡାଇଭରଙ୍କୁ କୌଣସି ପରିସ୍ଥିତିରେ କାମ ହାସଲ କରିବାକୁ ଲାଞ୍ଚ ଦେବାକୁ ପଡୁଛି । ଟ୍ରକ ଚାଳକଙ୍କୁ ମାନସିକ ଓ ଶାରୀରିକ ଚାପର ସମ୍ମୁଖୀନ ହେବାକୁ ପଡୁଛି । ଏକ ନୂତନ ଅଧ୍ୟୟନକୁ ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରସ୍ତୁତ କରିଛି । 

ସଡ଼କ ସୁରକ୍ଷା ଓ ପରିବହନ ବିଭାଗରେ କାମ କରୁଥିବା ସଂସ୍ଥା ସେଭ ଲାଇଫ ଫାଉଣ୍ଡେସନ ଦ୍ୱାରା କରାଯାଇଥିବା ଗବେଷଣାରେ କୁହାଯାଇଛି ଯେ, ଟ୍ରକ ଡାଇଭରମାନେ ବାର୍ଷିକ ୪୦ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି । ଏହା ଦ୍ୱାରା ସେମାନେ ଟ୍ରକ ନେଇ ଆଗାକୁ ଯାଇପାରିବେ । ଏଥିରେ ରାଜ୍ୟ ରାଜପଥ କର୍ତ୍ତୃପକ୍ଷଙ୍କ ଲୋକ, ଟ୍ରାଫିକ ପୋଲିସ ଓ ଆରଟିଓ ବିଭାଗରେ କାର୍ଯ୍ୟରତ ଟଙ୍କା ଅସୁଲି କରୁଛନ୍ତି । ସେହିପରି ଟ୍ୟାକ୍ସ ସଂଗ୍ରହ କରୁଥିବା ସଂସ୍ଥାର କର୍ମଚାରୀମାନେ ଓ ଦୁର୍ବୃତ୍ତମାନଙ୍କ ଶିକାର ହେଉଛନ୍ତି ଟ୍ରକ ଚାଳକ ।

ସଂସ୍ଥାର ରିପୋର୍ଟ ଅନୁସାରେ ଟ୍ରକ ଡାଇଭରମାନଙ୍କୁ ଦିନରେ ପାଖାପାଖି ୧୨ ଘଣ୍ଟା ଯାଏଁ ଟ୍ରକ ଚଳାଇବାକୁ ପଡ଼ିଥାଏ । ପାଖାପାଖି ୫୦ ପ୍ରତିଶତ ଡ୍ରାଇଭର କ୍ରମାଗତ ଭାବେ ଟ୍ରକ ଚଳାଇଥାନ୍ତି । ସେଥିପାଇଁ ସେମାନେ ଥକି ଯାଇଥାନ୍ତି । ସର୍ଭେରେ ସାମିଲ ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣେ କୁହନ୍ତି, ନିଦ ପାଇଁ ସେମାନେ ଡ୍ରଗ୍ସ ସେବନ କରିଥାନ୍ତି । କୋଲକାତାରେ ଏଭଳି ଡ୍ରାଇଭରଙ୍କ ସଂଖ୍ୟା ଅଧିକ । ଏହା ପରେ ଉତ୍ତର ପ୍ରଦେଶର କାନପୁର ଏବଂ ଦିଲ୍ଲୀ-ଏନସିଆରର ଡ୍ରାଇଭରଙ୍କ ନମ୍ବର ଆସିଥାଏ ।     

 

 

  • Tags:

Subscribe

National International State Sports Entertainment