ଲେମନ୍ ଟି ପିଇଲେ ମିଳେ ଅନେକ ଫାଇଦା
Khabar Odisha:Lemon-Tea-benefits-for-Health
ଭୁବନେଶ୍ୱର, ଜାନୁଆରୀ 15 (ଖବର ଓଡିଶା) :

ଅଧିକାଂଶ ଲୋକ କ୍ଷୀର ଚା ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଶୀତ ଦିନେ ଲେମନ୍ ଟି ବା ଲେମ୍ବୁ ଚା ପିଇଲେ ଅନେକ ଫାଇଦା ମିଳେ । ଲେମ୍ବୁ ଚା  ଥଣ୍ଡା ଦିନେ ଆରାମ ଦେଇଥାଏ। ଏହି ଚା ଥଣ୍ଡା କାଶ ଲକ୍ଷଣକୁ ହ୍ରାସ କରିଥାଏ । ସ୍ଵାଦ ପାଇଁ ଆପଣ ଚା’ରେ ଅଦା ମଧ୍ୟ ମିଶାଇ ପାରିବେ । ଲେମନ ଚା  ଗଳା ଏବଂ ଗଳା ବ୍ୟଥା ହେଉଥିଲେ ଆରାମ ଦେଇଥାଏ   ।  ଲେମ୍ବୁ ଚା  ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।

ଗ୍ରୀନ୍ ଟି ଭଳି, ଲେମ୍ବୁ ଚା ପିଇବା ଦ୍ୱାରା ଓଜନ ମଧ୍ୟ କମ୍ କରିହୁଏ । ଓଜନ ହ୍ରାସ କରିବା ପାଇଁ ଯଦି ଚାହାଁନ୍ତି ପ୍ରତିଦିନ ସକାଳେ ଲେମ୍ବୁ ଚା ପିଅନ୍ତ ।  ଲେମ୍ବୁ ଚା ଶରୀରରେ ଓଜନକୁ ନିୟନ୍ତ୍ରଣ କରିଥାଏ ।  ଲେମ୍ବୁରେ ଅଳ୍ପ କ୍ୟାଲୋରୀ ଅଛି, ତେଣୁ ଆପଣ ଲେମ୍ବୁ ଚା ପିଇ ଓଜନ ହ୍ରାସ କରିପାରିବେ । 

ଲେମ୍ବୁ ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ।  ଲେମ୍ବୁ ଚା’ରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଭାଇରାଲ୍ ଗୁଣ ରହିଛି।  ନିୟମିତ ଭାବରେ ଲେମ୍ବୁ ଚା ପିଇବା ସଂକ୍ରମଣ ଏବଂ ରୋଗର ଚିକିତ୍ସାରେ ସାହାଯ୍ୟ କରେ ।

  • Tags:

Subscribe

National International State Sports Entertainment