ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ମିଳୁଛି ତୁର୍କୀସ ଆଇସ୍କ୍ରିମ୍ ,ସନ୍ଧ୍ୟା ହେଲେ ଲାଗୁଛି ଭିଡ଼
Khabar Odisha:For-the-first-time-in-Bhubaneswar-Turkish-ice-cream-is-available-and-in-the-evening-it-seems-crowded
ଓଡ଼ିଶା, ଜାନୁଆରୀ ୧୧ (ଖବର ଓଡ଼ିଶା):

ଆଜିକାଲି ଯୁବପିଢିଙ୍କ ନୂଆ ନୂଆ ଜିନିଷର ସ୍ୱାଦ ଚାଖିବାରେ ସବୁବେଳେ ଆଗରେ, କେବଳ କଣ ସେତିକି ଫେସବୁକ୍‌,ହ୍ୱାଟ୍ସଅପ୍ ,ଇଷ୍ଟାଗ୍ରାମ ରେ ଫଟୋ ଅପଲୋଡ୍ କରି ଲାଇକ୍ ଆଉ କମେଣ୍ଟ ପାଇଗଲେ ଖୁସି ଆକାଶ ଛୁଆଁ । ଏବେ କିଛିଦିନ ହେବ ଫେସବୁକ୍ ରେ ଗୋଟିଏ ଭିଡ଼ିଓ ଟ୍ରେଣ୍ଡ କରୁଛି ସେଇଟା ହେଉଛି ମ୍ୟାଜିକ୍ ଆଇସ୍କିମ୍ ବା ତୁର୍କୀସ ଆଇସ୍କ୍ରିମ୍ ।

ଆଞା ହଁ ଏବେ କିଛିଦିନ ହେବ ପଟିଆ ଅଚଂଳ ସ୍ଥିତ ନାଇନଥ୍ ଷ୍ଟିଟ୍ ପାଖ ପଞ୍ଜାବୀ ଚପ୍ କର୍ଣ୍ଣରରେ ମିଳୁଛି ଏହି ତୁର୍କୀସ ଆଇସ୍କ୍ରିମ୍ ଯାହା ଏବେ ଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଛି । ସାଧାରଣ ଆଇସ୍କ୍ରିମ୍ ଠାରୁ ଏହି ଆଇସ୍କ୍ରିମ୍ ଟିକେ ନିଆରା । ଲୋକଙ୍କୁ ବିଭିନ୍ନ ଭଙ୍ଗିରେ ତୁର୍କୀସ ଆଇସ୍କ୍ରିମ୍ ଦେଇ ସେମାନଙ୍କ ମନ ଜିଣିଥାଏ ଏହି  ଆଇସ୍କ୍ରିମ୍ ।

ଛୋଟପିଲାମାନେ ଏହାକୁ ଖାଇବାକୁ ବେଶ ଉତ୍ସାହିତ ଥାଆନ୍ତି ସେଥିଲାଗି ସନ୍ଧ୍ୟା ହେବା ମାତ୍ରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି କମ୍ ବୟସ୍କ ଲୋକଙ୍କ ଯାଏଁ ଏଠାରେ ଭିଡ଼ ଜମେ । ଏହି ତୁର୍କୀସ ଆଇସ୍କ୍ରିମ୍ ବିଭିନ୍ନ ଫ୍ଲେଭର ର ରହିଥିବା ବେଳେ ଏହାର ମୁଲ୍ୟ ୧୦୦ ଟଙ୍କା ଠାରୁ ଆରମ୍ଭ କରି ପାଖାପାଖି ୩୦୦,୪୦୦ଟଙ୍କା ପର୍ଯ୍ୟନ୍ତ ରହିଛି ।

  • Tags:

Subscribe

National International State Sports Entertainment