ଢାକା: ବାଂଲାଦେଶ ପ୍ରିମିୟର ଲିଗ୍ (ବିପିଏଲ୍ ୨୦୨୫)ର ବୈଷୟିକ କମିଟି ରବିବାର ଏକ ବଡ଼ ଘୋଷଣା କରିଛି। ଘୋଷଣାରେ କୁହାଯାଇଛି ଯେ କୌଣସି ବିଦେଶୀ କ୍ରିକେଟରଙ୍କ ବିନା ଦରବାର ରାଜସାହି ଦଳ ରଙ୍ଗପୁର ରାଇଡର୍ସ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲା। ଦରବର ରାଜସାହିର ଖେଳାଳିମାନେ ଦେୟ ବିବାଦ କାରଣରୁ ରଙ୍ଗପୁର ରାଇଡର୍ସ ବିପକ୍ଷରେ ଖେଳିବାକୁ ପଡ଼ିଆକୁ ଆସିବାକୁ ମନା କରିଦେଇଥିଲେ। ରବିବାର ଦରବାର ରାଜସାହି ଓ ରଙ୍ଗପୁର ରାଇଡର୍ସ ଦଳ ମୁହାଁମୁହିଁ ହୋଇଥିଲେ।
ବାଂଲାଦେଶ ପ୍ରିମିୟର ଲିଗ୍ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ବିବୃତିରେ କୁହାଯାଇଛି ଯେ ବାଂଲାଦେଶ ପ୍ରିମିୟର ଲିଗ୍ ୨୦୨୫ ଟି-୨୦ରେ ଅଂଶଗ୍ରହଣ କରୁଥିବା ଦରବାର ରାଜସାହି ଦଳ ବିଦେଶୀ ଖେଳାଳିଙ୍କ ଅନୁପଲବ୍ଧତା କାରଣରୁ ରଙ୍ଗପୁର ରାଇଡର୍ସ ବିପକ୍ଷରେ କେବଳ ବାଂଲାଦେଶୀ ଖେଳାଳିଙ୍କୁ ଖେଳିବା ପାଇଁ ବାଂଲାଦେଶ ପ୍ରିମିୟର ଲିଗ୍ର ବୈଷୟିକ କମିଟିନିକଟରେ ଆବେଦନ କରିଥିଲା। ଅନୁରୋଧର ସମୀକ୍ଷା କରିବା ପରେ ଏବଂ ବିପିଏଲ୍ ୨୦୨୪-୨୫ ମ୍ୟାଚ୍ ଖେଳିବା ପରିସ୍ଥିତିର ଧାରା ୧.୨.୮ରେ ଦର୍ଶାଯାଇଥିବା ବ୍ୟବସ୍ଥା ଅନୁଯାୟୀ ବୈଷୟିକ କମିଟି ଦରବାର ରାଜସାହିକୁ ଏହି ମ୍ୟାଚ୍ ପାଇଁ କେବଳ ବାଂଲାଦେଶୀ ଖେଳାଳିଙ୍କୁ ନେଇ ଏକ ଦଳ ଗଠନ କରିବାକୁ ଅନୁମୋଦନ ଦେଇଛି।
ରାନ ବୁର୍ଲ, ମହମ୍ମଦ ହାରିସ, ମାର୍କ ଦେୟାଲ, ମିଗୁଏଲ କମିନ୍ସ, ଆଫତାବ ଆଲାମ ଏବଂ ଲାହିରୁ ସମରାକୁନଙ୍କୁ ବିଦେଶୀ କ୍ରିକେଟର ଭାବେ ଚୟନ କରିଛି। ବାଂଲାଦେଶ ପ୍ରିମିୟର ଲିଗ୍ର ନିୟମ ଅନୁଯାୟୀ, ଗୋଟିଏ ଦଳକୁ ଚଳିତ ସିଜନର ମ୍ୟାଚ୍ରେ ଅତି କମରେ ଦୁଇ ଜଣ ବିଦେଶୀ ଖେଳାଳିଙ୍କୁ ଖେଳିବାକୁ ପଡ଼ିବ।
ତେବେ ବାଂଲାଦେଶ କ୍ରିକେଟ୍ ବୋର୍ଡ ବାଂଲାଦେଶ ପ୍ରିମିୟର ଲିଗ୍ର ଡ୍ରାଫ୍ଟ ରୁଲ୍ ବୁକ୍ ଏବଂ ସାଧାରଣ ନିର୍ଦ୍ଦେଶାବଳୀରେ ନିମ୍ନଲିଖିତ ବିଷୟ ଉଲ୍ଲେଖ କରିଛି। ବିପିଏଲ ଟି-୨୦ର ୧୧ତମ ସଂସ୍କରଣ/ଋତୁକୁ ନେଇ ଫ୍ରାଞ୍ଚାଇଜିଗୁଡ଼ିକୁ ଯେକୌଣସି ମ୍ୟାଚ୍ରେ ଖେଳ ପଡ଼ିଆରେ ସର୍ବନିମ୍ନ ୨ ଜଣ ଏବଂ ସର୍ବାଧିକ ୪ ଜଣ ବିଦେଶୀ ଖେଳାଳିଙ୍କୁ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ପଡ଼ିବ।