ପ୍ରୟାଗରାଜ: ମହାକୁମ୍ଭ ସମୟରେ ମୌନି ଅମାବାସ୍ୟାରେ ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ସହରର ଭଡ଼ା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଥିଲା। ଏବେ ମହାକୁମ୍ଭ ଶେଷ ହୋଇଥିବାରୁ ଭଡ଼ା ମଧ୍ୟ ହ୍ରାସ ପାଇଛି। ମାର୍ଚ୍ଚ ୧୨ରେ ହୋଲି ପୂର୍ବରୁ ମୁମ୍ବାଇକୁ ଭଡ଼ା ୫,୬୯୬ ଟଙ୍କା, ଦିଲ୍ଲୀରୁ ପ୍ରୟାଗରାଜକୁ ୪,୭୯୮ ଟଙ୍କା ଏବଂ ବେଙ୍ଗାଲୁରୁର ଭଡ଼ା ୮,୨୯୬ ଟଙ୍କା ଥିଲା।
ଜାନୁଆରୀ ୨୯ରେ ମୌନି ଅମାବାସ୍ୟାରେ ମୁମ୍ବାଇକୁ ଭଡ଼ା ୫୪,୦୦୦ ଟଙ୍କା, ଦିଲ୍ଲୀର ଭଡ଼ା ୩୭,୦୦୦ ଟଙ୍କା ଏବଂ ବେଙ୍ଗାଲୁରୁର ଭଡ଼ା ୬୨,୦୦୦ ଟଙ୍କା ଥିଲା। ମହାକୁମ୍ଭ ସମୟରେ ସ୍ଥିତି ଏପରି ଥିଲା ଯେ ସପ୍ତାହେ ଆଗରୁ ବୁକିଂ କରିବା ପରେ ଭଡ଼ା ୧୮ରୁ ୨୦ ହଜାର ଟଙ୍କାତଳକୁ ଖସିନଥିଲା। ତେବେ ଏଠାକୁ ପ୍ରବଳ ଭିଡ଼ ହେଉଥିବାରୁ ଅପ୍ରତ୍ୟାଶିତ ଭାବେ ଭଡ଼ା ବୃଦ୍ଧି ଘଟିଛି। ନମନୀୟ ଭଡ଼ା ଯୋଗୁଁ ଦର ଆକାଶଛୁଆଁ ହେଉଥିଲା।
ବର୍ତ୍ତମାନ ରାୟପୁର ପାଇଁ ଭଡ଼ା ୪,୫୦୧, ହାଇଦ୍ରାବାଦ ପାଇଁ ୮,୬୨୯, ବିଳାସପୁର ପାଇଁ ୩,୨୬୨ ଏବଂ ଲକ୍ଷ୍ନୌ ପାଇଁ ୨,୪୫୩ ରହିଛି। ପ୍ଲେକ୍ସି ଭଡ଼ା ଯୋଗୁଁ ଏହା କ୍ରମାଗତ ଭାବେ ବୃଦ୍ଧି ପାଇବ। ମହାକୁମ୍ଭ ସମୟରେ ୧୭ଟି ସହର ପାଇଁ ସିଧାସଳଖ ବିମାନ ସେବା ଉପଲବ୍ଧ ଥିଲା ଏବଂ ୩୦ଟି ସହର ପାଇଁ କନେକ୍ଟିଂ ବିମାନ ଉପଲବ୍ଧ ଥିଲା।
ଏବେ ମହାକୁମ୍ଭ ଅବଧି ସରିବା ପରେ ସ୍ବତନ୍ତ୍ର ବିମାନ ଚଳାଚଳ ମଧ୍ୟ ବନ୍ଦ ରହିଛି। ବିମାନବନ୍ଦରରୁ ଇଣ୍ଡିଗୋ ଏୟାରଲାଇନ୍ସ ଜରିଆରେ ଦିଲ୍ଲୀ, ମୁମ୍ବାଇ, ଲକ୍ଷ୍ନୌ, ରାୟପୁର, ଭୁବନେଶ୍ୱର, ବେଙ୍ଗାଲୁରୁ ଓ ହାଇଦ୍ରାବାଦକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ। ଆକାସା ଏୟାରରେ କେବଳ ମୁମ୍ବାଇ ସହର ପାଇଁ ବିମାନ ଉପଲବ୍ଧ ହେବ। ଦିଲ୍ଲୀ ଓ ବିଳାସପୁର ପାଇଁ ଆଲାଏନ୍ସ ଏୟାର ବିମାନ ସେବା ଯୋଗାଇ ଦେଉଛି।
ଅଧିକ ପଢ଼ନ୍ତୁ: କୁମ୍ଭମେଳା ଶେଷ ହେଲା ପରେ ଆକାଶରୁ ଖସିଲା ବିମାନ ଯାତ୍ରା ଦର