ଚଣ୍ଡିଗଡ଼: ରାଜ୍ୟ କଂଗ୍ରେସ ନେତ୍ରୀ ହିମାନୀ ନରଓ୍ଵାଲହତ୍ୟା ମାମଲାରେ ହରିୟାଣା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ମାର୍ଚ୍ଚ ୧ରେ ରୋହତକ ରାଜପଥ ନିକଟରେ ଏକ ସୁଟକେସ୍ରୁ ହିମାନୀ ନରୱାଲଙ୍କ ମୃତଦେହ ଉଦ୍ଧାର କରିଥିଲା ହରିୟାଣା ପୁଲିସ। ରବିବାର ରାତିରେ ହରିୟାଣା ପୁଲିସ ଏହି ହତ୍ୟା ମାମଲାରେ ୨ ଜଣଙ୍କୁ ଅଟକ ରଖିଥିଲା। ଉଭୟଙ୍କୁ ପଚରାଉଚରା ବେଳେ ମିଳିଥିବା ସୂଚନା ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହି ମାମଲାରେ ଅଭିଯୁକ୍ତ ହିମାନୀ ନରୱାଲଙ୍କୁ କାହିଁକି ହତ୍ୟା କଲା ତାହା ହରିୟାଣା ପୁଲିସ ପ୍ରକାଶ କରିବାରେ ସକ୍ଷମ ହୋଇନାହିଁ।
ହିମାନୀ ନରୱାଲ ହତ୍ୟାକାଣ୍ଡକୁ ନେଇ ସୋମବାର ପୋଲିସ ଏକ ବଡ ଖୁଲାସା କରିପାରେ। ହତ୍ୟାକାଣ୍ଡର ୩୬ ଘଣ୍ଟା ପରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ରବିବାର ହିମାଣୀ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ପୁଲିସ ଉପରେ ଗିରଫଦାରୀ ପାଇଁ ରାଜନୈତିକ ଚାପ ଯଥେଷ୍ଟ ବୃଦ୍ଧି ପାଇଛି। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡା ମଧ୍ୟ ରୋହତକ ଏସପିଙ୍କ ସହ ହିମାନି ହତ୍ୟା ମାମଲା କୁ ନେଇ କଥା ହୋଇଛନ୍ତି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ସେ ଏସପିଙ୍କୁ ଦାବି କରିଛନ୍ତି। ବ୍ୟବଚ୍ଛେଦ ପରେ ମଧ୍ୟ ହିମାନୀଙ୍କ ପରିବାର ଲୋକେ ତାଙ୍କ ମୃତଦେହ କୁ ନେଇ ନାହାନ୍ତି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ହିମାନୀଙ୍କ ମୃତଦେହ ନିଆଯିବ ବୋଲି ପରିବାର ଲୋକେ କହିଛନ୍ତି।
ରୋହତକ ହତ୍ୟା ମାମଲାରେ ହିମାନୀ ନରୱାଲଙ୍କ ମା' ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି। ସେ କହିଥିଲେ ଯେ ମୋ ଝିଅର କୌଣସି ବୟଫ୍ରେଣ୍ଡ ନଥିଲା। ସେ ମୋତେ ସବୁ କଥା କହୁଥିଲେ। କୌଣସି ସରକାରୀ ଅଧିକାରୀ ଏପର୍ଯ୍ୟନ୍ତ ମୋ ସହ ଯୋଗାଯୋଗ କରିନାହାଁନ୍ତି। ମୋ ଝିଅର ଭାବମୂର୍ତ୍ତି ସମସ୍ତେ ଜାଣିଥିଲେ। ବନ୍ଧୁ ଓ ବୟଫ୍ରେଣ୍ଡମଧ୍ୟରେ ବହୁତ ପାର୍ଥକ୍ୟ ରହିଥାଏ। ସେ ତାଙ୍କ ସାଙ୍ଗମାନଙ୍କୁ ନିୟନ୍ତ୍ରଣରେ ରଖିଥିଲେ। କଲେଜ ବନ୍ଧୁ ହୁଅନ୍ତୁ ବା ଦଳୀୟ ବନ୍ଧୁ, ସେ କିଛି ଭୁଲ୍ କୁ ଗ୍ରହଣ କରିନଥିଲେ।
ଅଧିକ ପଢ଼ନ୍ତୁ: ଅପରାଧ ଦସ୍ତାବିଜ ସୃଷ୍ଟି କରିବାକୁ ଚାହୁଁଛନ୍ତି ୟୁନୁସ୍!