ଲସ୍ ଏଞ୍ଜେଲସ୍: ବିଶ୍ୱର ସବୁଠାରୁ ସମ୍ମାନଜନକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର 'ଓସ୍କାର ୨୦୨୫' ତଥା ୯୭ତମ ଏକାଡେମୀ ପୁରସ୍କାର ଆମେରିକାର ଲସ୍ ଆଞ୍ଜେଲସରେ ଆରମ୍ଭ ହୋଇଯାଇଛି। ଲସ୍ ଏଞ୍ଜେଲସ୍ ଓଭେସନ୍ ହଲିଉଡ୍ର ଡଲ୍ବି ଥିଏଟରରେ ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ୭ଟାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଭାରତୀୟ ସମୟ ଅନୁଯାୟୀ ଏହା ମାର୍ଚ୍ଚ ୩ ତାରିଖ ସକାଳ ସାଢ଼େ ୫ଟାରେ ଷ୍ଟାର ମୁଭିଜ, ଷ୍ଟାର ମୁଭିଜ୍ ସିଲେକ୍ଟ ଏବଂ ଜିଓ ଷ୍ଟାରରେ ଓସ୍କାର ୨୦୨୫ ଲାଇଭ୍ ପ୍ରସାରିତ ହେଉଛି। ରାତି ସାଢ଼େ ୮ଟାରେ ଷ୍ଟାର ମୁଭିଜ୍ ଏବଂ ଷ୍ଟାର ମୁଭିଜ୍ ସିଲେକ୍ଟରେ ଏହାକୁ ପୁନରାବୃତ୍ତି କରାଯାଇପାରିବ।
ଉଲ୍ଲେଖଯୋଗ୍ୟ, ଏମି ବିଜେତା ଲେଖକ, ପ୍ରଯୋଜକ ଓ ହାସ୍ୟ ଅଭିନେତା କୋନାନ୍ ଓ'ବ୍ରାଏନ୍ ୯୭ତମ ଏକାଡେମୀ ପୁରସ୍କାର ଆୟୋଜନ କରୁଛନ୍ତି। ଓସ୍କାର ହୋଷ୍ଟ ଭାବରେ ଏହା ତାଙ୍କର ଡେବ୍ୟୁ। ଏହା ପୂର୍ବରୁ ଓ'ବ୍ରାଏନ୍ ୨୦୦୨ ଓ ୨୦୦୬ରେ ଏମିସ୍ ଆୟୋଜନ କରିଥିଲେ। ଓସ୍କାର ନାଇଟକୁ ନିଜ ସିଗ୍ନେଚର ହାସ୍ୟ ଦ୍ୱାରା ସ୍ମରଣୀୟ କରିବା ପାଇଁ ସେ କୌଣସି ସୁଯୋଗ ଛାଡ଼ୁନଥିବା ଜଣାପଡିଛି।
ଚଳିତ ବର୍ଷ ଆଡାମ ଜେ ଗ୍ରେଭସଙ୍କ ନିର୍ଦ୍ଦେଶିତ ଫିଲ୍ମ ଅନୁଜା ଭାରତରୁ ଲାଇଭ୍ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ନୋମିନେସନ ପାଇଛି। ଏବେ ଅନୁଜା ଓସ୍କାର ଜିତିପାରିବେ କି ନାହିଁ ତାହା ଦେଖିବା ରୋଚକ ହେବ।
ଉଲ୍ଲେଖଯୋଗ୍ୟ ଯେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଅନୋରା, ଦ କ୍ରୁରିଷ୍ଟ, ଆ କମ୍ପ୍ଲିଭ ଅନନୋନ, କନକ୍ଲେଭ, ଡୁନେ ପାର୍ଟ-୨, ଏମିଲିଆ ପେରେଜ, ଆଇ ଏମ୍ ଷ୍ଟିଲ ହେୟାର, ନିକେଲ ବଏଜ୍, ନାମାଙ୍କନ ମିଳିଛି। ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଅନୋରାର ନିର୍ଦ୍ଦେଶକ ସିନ୍ ବେକର, ଦ କ୍ରୁନିଷ୍ଟର ନିର୍ଦ୍ଦେଶକ ବ୍ରାଡି କର୍ବେଟ୍, ଦ ସବଷ୍ଟେନ୍ସର ନିର୍ଦ୍ଦେଶକ କୋରାଲ ଫାରେଗେଟ୍, ଏମିଲିଆ ପେରେଜ୍ର ନିର୍ଦ୍ଦେଶକ ଜ୍ୟାକ୍ ଅଡିୟାର୍ଡ ଏବଂ ଏ କମ୍ପ୍ଲିଟ୍ ଅନନୋନର ନିର୍ଦ୍ଦେଶକ ଜେମ୍ସ ମାଙ୍ଗୋଲ୍ଡଙ୍କ ମଧ୍ୟରେ ପ୍ରତିଯୋଗିତା ହେବ।
ଏହି କନ୍ କ୍ଲେଭ୍ କୁ ଶ୍ରେଷ୍ଠ ରୂପାନ୍ତରିତ ଚିତ୍ରନାଟ୍ୟ ପାଇଁ ଓସ୍କାର ୨୦୨୫ ପୁରସ୍କାର ମିଳିଛି। ଅନୋରା ପାଇଁ ସିନ୍ ବେକରଙ୍କୁ ଶ୍ରେଷ୍ଠ ମୌଳିକ ଚିତ୍ରନାଟ୍ୟ ପାଇଁ ଓସ୍କାର ପୁରସ୍କାର ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ: ଏସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି