ବାରାମୁଲା: ଜମ୍ମୁ-କଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ବିଫଳ ହୋଇଛି। ବାରାମୁଲା-ଶ୍ରୀନଗର ରାଜପଥର ପାଲହଲନ ପଟ୍ଟନ ନିକଟରୁ ଏକ ସନ୍ଦେହଜନକ ବ୍ୟାଗ୍ ମିଳିଛି। ଏହି ବ୍ୟାଗ୍ରେ ଆଇଇଡି ଲାଗିବାର ସମ୍ଭାବନା ରହିଛି। ଏହାପରେ ଯାତାୟତ ବନ୍ଦ ରହିଛି। ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଛି। ବୋବା ନିଷ୍କ୍ରିୟକାରୀ ଦଳ ପହଞ୍ଚିଲା ପରେ ବ୍ୟାଗ୍ ଭିତରେ କ’ଣ ରହିଛି, ତାହା ସ୍ପଷ୍ଟ ହେବ।
ଏହା ପୂର୍ବରୁ ଆଜି ସକାଳେ ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲରେ ବୋମା ମାଡ଼ ନେଇ ଧମକ ମିଳିଥିଲା। ଯାହା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆରକେ ପୁରମର ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ପଶ୍ଚିମ ବିହାରର ଜିଡି ଗୋଏଙ୍କା ପବ୍ଲିକ ସ୍କୁଲ ସମେତ ଦିଲ୍ଲୀର ଅନେକ ସ୍କୁଲକୁ ଇ-ମେଲ୍ ଜରିଆରେ ବୋମା ଧମକ ମିଳିଥିଲା।
ଧମକ ପାଇବା ପରେ ବିଦ୍ୟାଳୟ ପ୍ରଶାସନ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପିଲାଙ୍କ ଅଭିଭାବକଙ୍କୁ ଖବର ଦେବା ସହ ସେମାନଙ୍କୁ ଘରକୁ ପଠାଇ ଅଗ୍ନିଶମ ବାହିନୀ ଓ ପୁଲିସକୁ ଖବର ଦେଇଥିଲେ।
ସୂଚନାଯୋଗ୍ୟ, ବିଗତ କିଛି ମାସ ହେଲା ବିଭିନ୍ନ ସ୍ଥାନକୁ ଏମିତି ଧମକ ମିଳୁଛି। ବିମାନ ବନ୍ଦର, ଧର୍ମାନୁଷ୍ଠାନ ଓ ଐତିହ୍ୟ ସମ୍ପନ୍ନ ସ୍ଥଳକୁ ଧମକ ଦିଆଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିକଟରେ ଧମକ ମିଳିଛି। ତେବେ ଧମକ କିଏ ଦେଉଛି ଓ ତାର ଉଦ୍ଦେଶ୍ୟ କ’ଣ ସେନେଇ ସ୍ପଷ୍ଟ ହୋଇପାରୁ ନାହିଁ।
ଅଧିକ ପଢ଼ନ୍ତୁ: ଫେରି ଆସିଲେ ଛାତ୍ରଛାତ୍ରୀ, ଚିନ୍ତାରେ ଅଭିଭାବକ