ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ଚର୍ଚ୍ଚିତ ନାମ ତଥା ବାବା ସିଦ୍ଦିକିଙ୍କୁ ମୁମ୍ବାଇର ବାନ୍ଦ୍ରାରେ ଶନିବାର ରାତି ଗୁଳି କରି ହତ୍ୟା କରାଯାଇଛି। ଗୁଳିଚାଳକମାନେ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇବା ପରେ ଲୀଲାବତୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ଲୀଲାବତୀ ହସ୍ପିଟାଲର ଡାକ୍ତରକହିଛନ୍ତି ଯେ ବାବା ସିଦ୍ଦିକିଙ୍କୁ ସକାଳ ପ୍ରାୟ ସାଢ଼େ ୯ଟାରେ ଏଠାକୁ ଅଣାଯାଇଥିଲା। ଏଠାକୁ ଅଣାଯିବା ମାତ୍ରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା କିନ୍ତୁ ତାଙ୍କ ହୃଦସ୍ପନ୍ଦନ କାମ କରୁନଥିଲା, ତା'ପରେ ଆମର ଯଥାସମ୍ଭବ ଚେଷ୍ଟା କରାଯାଇଥିଲା ଏବଂ ବାବା ସିଦ୍ଦିକିଙ୍କ ରାତି ପ୍ରାୟ ୧୧.୨୭ରେ ମୃତ୍ୟୁ ଘଟିଥିଲା। ଡାକ୍ତରମାନେ କହିଛନ୍ତି ଯେ ତାଙ୍କୁ ଦୁଇଟି ଗୁଳି ବାଜିଥିଲା, ଯେଉଁଥିରେ ଗୋଟିଏ ଗୁଳି ତାଙ୍କ ଛାତିରେ ବାଜିଥିଲା।
ବାବା ସିଦ୍ଧି ହତ୍ୟା ମାମଲା ପରେ ମୁମ୍ବାଇରେ ହଇଚଇ ସୃଷ୍ଟି ହୋଇଛି। ବାବା ସିଦ୍ଦିକି ଏବଂ ଜିଶାନ ସିଦ୍ଦିକି ରାତି ୯ଟା ପର୍ଯ୍ୟନ୍ତ ଖେରୱାଡିସ୍ଥିତ ନିଜ କାର୍ଯ୍ୟାଳୟରେ ଥିଲେ। ରାତି ପ୍ରାୟ ସାଢ଼େ ୯ଟାବେଳେ ଦୁହେଁ ଏକାଠି ଘରକୁ ଯିବାକୁ ଯାଉଥିଲେ, କିନ୍ତୁ ହଠାତ୍ ଜିଶାନ ସିଦ୍ଦିକିଙ୍କୁ ଫୋନ୍ ଆସିଲା, ତା'ପରେ ଜିଶାନ ସିଦ୍ଦିକି ପ୍ରଥମେ ଖେରୱାଡି ଯିବା ପାଇଁ ଅଫିସରୁ ବାହାରିଥିଲେ।
ବାବା ସିଦ୍ଦିକିଙ୍କ କାର୍ ଅଫିସ୍ ଠାରୁ ୧୦୦ ମିଟର ଦୂରରେ ପାର୍କିଂ ହୋଇଥିଲା। ଲୋକଙ୍କୁ ଭେଟିବା ସମୟରେ ବାବା ସିଦ୍ଦିକିଙ୍କ କାର୍ ନିକଟରେ ଥିବା ବେଳେ ହଠାତ୍ ବୋମା ବିସ୍ଫୋରଣର ଶବ୍ଦ ବାହାରିଥିଲା ଏବଂ ପ୍ରବଳ ଧୂଆଁ ବାହାରୁଥିଲା। ଏହାର କିଛି ସମୟ ପରେ ପ୍ରବଳ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା। କର୍ମୀମାନେ ସିଦ୍ଦିକିଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।
ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୁଲିସ ୨ ଜଣଙ୍କୁ ଗିରଫ କରିଛି। ମୁମ୍ବାଇ ପୁଲିସ ଚୁକ୍ତିଭିତ୍ତିକ ହତ୍ୟା କାଣ୍ଡ ର ଆଶଙ୍କା କରିଛି।
ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜଣେ ଏବେ ବି ଫେରାର ଅଛନ୍ତି। ଆଇନ ଶୃଙ୍ଖଳାକୁ କେହି ନିଜ ହାତକୁ ନେଇପାରିବେ ନାହିଁ। କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଲୀଲାବତୀ ହସ୍ପିଟାଲରେ ପହଞ୍ଚିଛନ୍ତି। ଏନସିପି ମୁଖ୍ୟ ଅଜିତ ପାୱାର ଏବେ ମୁମ୍ବାଇ ବାହାରେ ଅଛନ୍ତି।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ ହିନ୍ଦୁ କେତେ ସୁରକ୍ଷିତ?