ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୋନିଆ ବିହାର ଅଞ୍ଚଳରେ ୪୦୦ ଟଙ୍କା ଭଡ଼ାକୁ ନେଇ ଝଗଡ଼ା ହେବାରୁ ଜଣେ ଯାତ୍ରୀ ଓ ତାଙ୍କ ସାଙ୍ଗମାନେ ଜଣେ ୨୬ ବର୍ଷୀୟ କ୍ୟାବ୍ ଡ୍ରାଇଭରଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଗୁରୁବାର ପୁଲିସ ଏହି ସୂଚନା ଦେଇଛି। ଡିସେମ୍ବର ୧୭ ଓ ୧୮ ତାରିଖ ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିଲା। ରାପିଡୋ ଅଭିମୁଖେ ଟ୍ୟାକ୍ସି ଚଳାଉଥିବା ସନ୍ଦୀପ ସୋନିଆ ବିହାର ପୁସ୍ତା ନିକଟରେ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ସନ୍ଦୀପ ପୁଲିସକୁ କହିଛନ୍ତି ଯେ ସେ ନୋଏଡାରୁ ତିନି ଜଣ ଯାତ୍ରୀ ଦୀପାଂଶୁ ଓରଫ ଆଶୁ, ରାହୁଲ ଓ ମୟଙ୍କଙ୍କୁ ଆଣିଥିଲେ। ସୋନିଆ ବିହାରର ପୁସ୍ତା-୨ରେ ପହଞ୍ଚିବା ପରେ ଯାତ୍ରା ଶେଷ ହୋଇଥିଲା। ଅଭିଯୁକ୍ତ ଜଣକ ୪୦୦ ଟଙ୍କା ଭଡ଼ା ଦେବାକୁ ଚାହୁଁନଥିବାରୁ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ବୋଲି ସନ୍ଦୀପ ପୁଲିସକୁ କହିଛନ୍ତି। ଝଗଡ଼ା ବେଳେ ତାଙ୍କର ଜଣେ ସହଯୋଗୀ ନିଖିଲ ଓ ଜଣେ ନାବାଳକ ସନ୍ଦୀପଙ୍କ ମୁଣ୍ଡ ଓ ପେଟରେ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି। ପରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଦୀପଙ୍କ ମୃତ୍ୟୁ ଘଟିଥିଲା।
ଉତ୍ତର-ପୂର୍ବାଞ୍ଚଳ ଡିସିପି ରାକେଶ ପାଓ୍ଵାରିଆ କହିଛନ୍ତି ଯେ ତଦନ୍ତ ସମୟରେ ଘଟଣାସ୍ଥଳ ନିକଟରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଛି। ଅଧିକ ଅନୁସନ୍ଧାନ ବେଳେ ଜଣାପଡ଼ିଥିଲା ଯେ ପ୍ରତୀକ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଏହି କ୍ୟାବ୍ ବୁକ୍ ହୋଇଛି।
ଅଧିକ ପଢ଼ନ୍ତୁ: ନିଜ୍ଜର ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ଭାରତ