କାଠମାଣ୍ଡୁ: ନେପାଳରେ ଶନିବାର ସକାଳୁ ରିକ୍ଟର ସ୍କେଲରେ ୪.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ଭୋର ୩ଟା ୫୯ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଜୁମଲା ଜିଲ୍ଲାରେ ଏହାର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ ହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ।
ନ୍ୟାସନାଲ ସେଣ୍ଟର ଅଫ୍ ସିସ୍ମୋଲୋଜି (ଏନସିଏସ) ଏହି ସୂଚନା ଦେଇ କହିଛି ଯେ ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରତାରେ ଥିଲା। ୟୁଏସ୍ଜିଏସ୍ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଜୁମଲା ଜିଲ୍ଲାରେ ଥିଲା।
ପାହାଡ଼ିଆ ଦେଶ ନେପାଳରେ ଭୂମିକମ୍ପ ସାଧାରଣ କଥା। ଡିସେମ୍ବର ୧୭ ଓ ୧୯ ତାରିଖରେ ମଧ୍ୟ ଏଠାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଡିସେମ୍ବର ୧୯ରେ ନେପାଳର ପାର୍ସେଠାରୁ ୧୬ କିଲୋମିଟର ଏବଂ ଡିସେମ୍ବର ୧୭ରେ ମେଲବିସୋନିଠାରୁ ୨୩ କିଲୋମିଟର ଦୂରରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।
ୟୁଏସ୍ଜିଏସ୍ ଅପଡେଟ୍ ଅନୁଯାୟୀ, ଡିସେମ୍ବର ୨୦ ତାରିଖ ପୂର୍ବାହ୍ନ ୧୦ଟା ୨୯ ମିନିଟ୍ ସୁଦ୍ଧା ଜୁମଲାଠାରୁ ୬୨ କିଲୋମିଟର ଉତ୍ତର-ପଶ୍ଚିମରେ ୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜୁମଲା, ଦୀପାଳ, ଦୈଲେଖ, ବୀରେନ୍ଦ୍ରନଗର ଓ ଦାଡେଲଧୁରା ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଗତ କିଛି ବର୍ଷ ମଧ୍ୟରେ ନେପାଳରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। କେବଳ ନଭେମ୍ବର ୨୦୨୩ରେ ନେପାଳରେ ୬.୪ ତୀବ୍ରତାର ଭୂମିକମ୍ପରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପଶ୍ଚିମ ନେପାଳର ଜାରକୋଟ ଓ ରୁକୁମ ଜିଲ୍ଲାରେ ଏହି ଭୂମିକମ୍ପ ଯୋଗୁଁ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଘରେ ଫାଟ ସୃଷ୍ଟି ହେବା ସହ ଅନେକ ଘର ନଷ୍ଟ ହୋଇଯାଇଛି।
କେବଳ ୨୦୨୩ରେ ନେପାଳରେ ଅକ୍ଟୋବର ମାସରେ ଲଗାତାର ଅନେକ ଭୂମିକମ୍ପ ଅନୁଭୂତ ହୋଇଥିଲା ଏବଂ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ୬.୨ ତୀବ୍ରତା ରେକର୍ଡ କରାଯାଇଥିଲା। ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ବର୍ଷକ ତଳେ ନଭେମ୍ବର ୨୦୨୨ରେ ଡୋଟି ଜିଲ୍ଲାରେ ୬.୩ ତୀବ୍ରତାର ଭୂମିକମ୍ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୫ମସିହାରେ ୭.୮ ତୀବ୍ରତାର ଭୂମିକମ୍ପରେ ୧୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ ୩ଟି ମନ୍ଦିରରେ ଭାଙ୍ଗିଲେ ୮ଟି ମୂର୍ତ୍ତି