ନୂଆଦିଲ୍ଲୀ: ଦିଲ୍ଲୀର ବିଭିନ୍ନ ବିଦ୍ୟାଳୟରେ ବାଂଲାଦେଶୀ ଅନୁପ୍ରବେଶକାରୀ ଛାତ୍ର ଛାତ୍ରୀ ନାମ ନେଖାଇଥିବା ଆଶଙ୍କା କରାଯାଉଛି । ଯାହାକୁ ନେଇ ବିରୋଧୀ ଦଳମାନେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ କରିପାରନ୍ତି । ଏହା ପୂର୍ବରୁ ଦିଲ୍ଲୀ ନଗର ନିଗମ ଆକ୍ସନ୍ ମୋଡକୁ ଆସିଛି। ତେଣୁ ଦାଖଲ ହୋଇଥିବା ଅବୈଧ ବାଂଲାଦେଶୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବାକୁ ଏମସିଡି ସମସ୍ତ ବିଦ୍ୟାଳୟକୁ ନୋଟିସ୍ ଜାରି କରିଛି।
ଏମସିଡି ଶିକ୍ଷା ବିଭାଗକୁ ଚିଠି ଲେଖି ଏହା ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଛି । ଅନୁପ୍ରବେଶକାରୀଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ରହିଛି । ସେହିପରି ଅନୁପ୍ରବେଶକାରୀଙ୍କୁ ଯେପରି ଜନ୍ମ ପ୍ରମାଣପତ୍ର ଦିଆ ନ ଯାଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ଆଦେଶ ଦେଇଛି ଏମସିଡି । ଡିସେମ୍ବର 31 ସମସ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏମସିଡି ଡେପୁଟି କମିଶନର ବିପି ଭରଦ୍ୱାଜ କହିଛନ୍ତି କି ବିଦ୍ୟାଳୟଗୁଡ଼ିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଯେପରି ନାମ ଲେଖାରୁ ରୋକାଯାଇ ପାରିବ ସେଥିପାଇଁ ଶିକ୍ଷା ବିଭାଗ ଧ୍ୟାନ ଦେବା ଉଚିତ । ଏହା ସହିତ ପୂର୍ବରୁ ପଢ଼ୁଥିବା ବାଂଲାଦେଶୀଙ୍କୁ ମଧ୍ୟ ଚିହ୍ନଟ କରାଯିବା ଉଚିତ ବୋଲି ସେ କହିଛନ୍ତି।