ପ୍ରୟାଗରାଜ: ମହାକୁମ୍ଭ ମେଳା ଭଳି ବଡ଼ ଧାର୍ମିକ କାର୍ଯ୍ୟକ୍ରମରେ ପ୍ରତିବର୍ଷ କୋଟିକୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହି ଯାତ୍ରା ସମୟରେ ବିପଦ ଓ ଅପ୍ରତ୍ୟାଶିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିନଟେକ୍ କମ୍ପାନି ଫୋନ୍ ପେ ଏବେ ଏକ ସ୍ୱତନ୍ତ୍ର ବୀମା ଯୋଜନା ଆରମ୍ଭ କରିଛି। ଏହି ଯୋଜନାର ନାମ 'ମହାକୁମ୍ଭ ମେଳା ସୁରକ୍ଷା' ରଖାଯାଇଛି। ଫୋନ୍ ପେ ଆଇସିଆଇସିଆଇ ଲୋମ୍ବାର୍ଡ ସହ ଭାଗିଦାରୀରେ ଏହାକୁ ଲଞ୍ଚ କରିଛି। ମହାକୁମ୍ଭ ମେଳାକୁ ଯାଉଥିବା ଲୋକଙ୍କ ପାଇଁ ଏହି ବୀମା ବହୁତ ସହାୟକ ସାବ୍ୟସ୍ତ ହୋଇପାରେ।
ତୀର୍ଥଯାତ୍ରୀଙ୍କ ଆବଶ୍ୟକତା ଏବଂ ଯାତ୍ରା ସମୟରେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ମହାକୁମ୍ଭ ମେଳା ସୁରକ୍ଷା ବୀମା ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପ୍ଲାନରେ ୫୯ ଟଙ୍କାରୁ ଆରମ୍ଭ କରି ୫୦,୦ ଟଙ୍କା ପର୍ଯ୍ୟନ୍ତ ମେଡିକାଲ ଏବଂ ଅନ୍ୟାନ୍ୟ କଭରେଜ୍ ପ୍ରଦାନ କରାଯାଉଛି । ଏହି ପ୍ଲାନ୍ ଦୁଇଟି ବର୍ଗରେ ଉପଲବ୍ଧ।
-ପ୍ରଥମ ରୂପା ଯୋଜନା ବସ୍ ଓ ଟ୍ରେନରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ
-ଦ୍ବିତୀୟ ସ୍ୱର୍ଣ୍ଣ ଯୋଜନା - ବିମାନରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ
ଏହି ବୀମା ଯୋଜନା ୧୦ ଜାନୁଆରୀ ୨୦୨୫ରୁ ୨୮ ଫେବ୍ରୁଆରୀ ୨୦୨୫ ପର୍ଯ୍ୟନ୍ତ ବୈଧ ରହିବ। ଭକ୍ତମାନେ ଏହାକୁ ୨୫ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଫୋନପେ ଆପରେ କିଣିପାରିବେ। ମହାକୁମ୍ଭ ମେଳାରେ ଯାତ୍ରା ସମୟରେ ମେଡିକାଲ ଜରୁରୀକାଳୀନ ପରିସ୍ଥିତି, ଦୁର୍ଘଟଣା, ଯାତ୍ରା ବାତିଲ, ଲଗେଜ୍ ହଜିବା ଇତ୍ୟାଦି ବିଭିନ୍ନ ବିପଦକୁ ରୋକିବା ପାଇଁ ଏହି ଯୋଜନାରେ କଭରେଜ୍ ପ୍ରଦାନ କରାଯିବ।
ମେଡ଼ିକାଲ କଭରେଜ ବିଷୟରେ କହିବାକୁ ଗଲେ, ଏହା ଅସୁସ୍ଥତା କିମ୍ବା ଆଘାତ କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ୫୦,୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବ। ବ୍ୟକ୍ତିଗତ ଦୁର୍ଘଟଣା କଭର ଅଧୀନରେ ଯଦି କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ କିମ୍ବା ଭିନ୍ନକ୍ଷମ ହୁଅନ୍ତି, ତେବେ ପଲିସିଧାରୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମିଳିବ।
ଅଧିକ ପଢ଼ନ୍ତୁ: ମହାକୁମ୍ଭ ପାଇଁ ଓଡ଼ିଶାରୁ ଆରମ୍ଭ ହେଲା ବସ୍ ସେବା