କାଇରୋ: ୟେମେନର ଅଲ-ବାୟଦା ପ୍ରଦେଶରେ ଏକ ଗ୍ୟାସ ଷ୍ଟେସନ ଏବଂ ଷ୍ଟୋରେଜ୍ ଟାଙ୍କି ବିସ୍ଫୋରଣ ହୋଇଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୩ ତାରିଖ ରାତିରେ ୟେମେନର ରାଜଧାନୀ ସାନାର ଏକ ଗ୍ୟାସ୍ ଷ୍ଟେସନରେ ବିସ୍ଫୋରଣ ଘଟିଥିଲା, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଥିଲା। ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହୁଥି ନିୟନ୍ତ୍ରିତ ୟେମେନର ରାଜଧାନୀ ସାନାର ଏକ ଗ୍ୟାସ୍ ଷ୍ଟେସନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆଖପାଖ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।
ରାଜଧାନୀର ଉତ୍ତର-ପୂର୍ବ ଭାଗରେ ଥିବା ଅଲ୍-ଖୁରାଫି ସାମରିକ ଶିବିର ନିକଟରେ ଅବସ୍ଥିତ ସାନାର ମୁଫାଜର ଗ୍ୟାସ୍ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ହୁତି ବାହିନୀ ଦୁର୍ଘଟଣାର ପୂରା ଅଞ୍ଚଳକୁ ଘେରି ରହିଥିଲା। ଘଟଣା ସମ୍ପର୍କରେ ଖବର ମିଳିବା ମାତ୍ରେ ଉଦ୍ଧାରକାରୀମାନେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ।
ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ମୁଁ ବଧିର ଅନୁଭବ କଲି। ସେଠାରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ଏହି ଘଟଣାକୁ ନେଇ ନିଜର ମତ ରଖିଛନ୍ତି। ସିନ୍ହୁଆ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆମେ ବଧିର ଅନୁଭବ କରୁଥିଲୁ। ବିସ୍ଫୋରଣର ଶବ୍ଦ ସମଗ୍ର ସହରରେ ଶୁଣିବାକୁ ମିଳିଥିଲା ଏବଂ ଏହା ପରେ ଲାଗିଥିବା ନିଆଁ ମାଇଲ ଦୂରରୁ ଦୃଶ୍ୟମାନ ହୋଇଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡିଛି।
ଏହା ପୂର୍ବରୁ ଜାନୁଆରୀ ପହିଲାରେ ଆମେରିକା ଓ ବ୍ରିଟେନ ୟେମେନ ଉପରେ ୬ଟି ଏୟାର ଷ୍ଟ୍ରାଇକ୍ କରିଥିଲେ। ରାଜଧାନୀ ସାନାରେ ଏହି ଆକ୍ରମଣ କରାଯାଇଥିଲା। ଇରାନର ନ୍ୟୁଜ୍ ଏଜେନ୍ସି ମେହେର ଅନୁଯାୟୀ, ଆମେରିକା-ବ୍ରିଟିଶ ଆକ୍ରମଣର ଅନ୍ୟତମ ଟାର୍ଗେଟ ଥିଲା 'ସେପ୍ଟେମ୍ବର ୨୧', ଯାହା ପୂର୍ବରୁ ପ୍ରଥମ ସଶସ୍ତ୍ର ବାହିନୀର ମୁଖ୍ୟାଳୟ ଥିଲା। ଏହା ପୂର୍ବରୁ ମଙ୍ଗଳବାର ୟେମେନ୍ ଉପରେ ଅନେକ ଆକ୍ରମଣ ହୋଇଥିଲା।
ଅଧିକ ପଢ଼ନ୍ତୁ: ୭ ମହଲାରୁ ପଡ଼ି ଏଲଏଲବି ଛାତ୍ରଙ୍କ ମୃତ୍ୟୁ