ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଅସୁସ୍ଥ ଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଡିସେମ୍ବର ୧୨ରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବାର ୧୪ ଦିନ ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।
ବରିଷ୍ଠ ବିଜେପି ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଡିସେମ୍ବର ୧୨ରୁ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଆଇସିୟୁରେ ଡାକ୍ତର ବିନୀତ ସୁରିଙ୍କ ତତ୍ତ୍ୱାବଧାନରେ ଥିଲେ। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି।
ଆଡଭାନୀଙ୍କୁ ଚଳିତ ବର୍ଷ ଅଗଷ୍ଟରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ନ୍ୟୁରୋଲୋଜିଷ୍ଟ ଡାକ୍ତର ବିନୀତ ସୁରିଙ୍କ ତତ୍ତ୍ୱାବଧାନରେ ଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ଏହାର ଏକ ମାସ ପୂର୍ବରୁ ଜୁନ୍ ୨୬ ତାରିଖ ରାତି ସାଢ଼େ ୧୦ଟାରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସର ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଅମଲେଶ ସେଠଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା କରାଯାଇଥିଲା ଏବଂ ପରଦିନ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ହୁତି ଆତଙ୍କବାଦୀଙ୍କ ବିରୋଧରେ ପୂରା ସେନା ଲଗାଇଲା ଇସ୍ରାଏଲ