ଯେରୁସେଲମ: ଇସ୍ରାଏଲ ଓ ଲେବାନନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଲେବନାନ ସୀମାଠାରୁ ପ୍ରାୟ ୧୨୦ କିଲୋମିଟର ଦୂରତେଲ ଆଭିବରେ ଥିବା ତେଲ ହାମ୍ ସାମରିକ ଘାଟିକୁ ଟାର୍ଗେଟ କରିଛି ହେଜବୁଲ୍ଲା। ଅଲ୍ ଜଜିରାର ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି।
ହେଜବୁଲ୍ଲା କହିଛି ଯେ ବେସ୍କୁ ଟାର୍ଗେଟ କରିବା ପାଇଁ ଏକାଧିକ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ଏ ସମ୍ପର୍କରେ ହିଜବୁଲ୍ଲା କହିଛି ଯେ ଏହି କ୍ଷେପଣାସ୍ତ୍ର ଗୁଡ଼ିକ ଇସ୍ରାଏଲ ସେନାର ସାମରିକ ଗୁଇନ୍ଦା ବିଭାଗର। ଇସ୍ରାଏଲ ସେନା ମଧ୍ୟ ଏନେଇ କୌଣସି ମନ୍ତବ୍ୟ ଦେଇନାହିଁ।
ହେଜବୁଲ୍ଲା କହିଛି ଯେ ଲେବାନନ ସୀମା ନିକଟରେ ଥିବା କିରୟାଟ୍ ଶାମୋନା ବସ୍ତି ଏବଂ ଅନ୍ୟ ସମ୍ପ୍ରଦାୟ ଉପରେ ରକେଟ୍ ମାଡ଼ କରାଯାଇଛି। ଏହା ପୂର୍ବରୁ ଲେବନାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା ଯେ ବାଲବେକ୍-ହାର୍ମେଲ୍ ଗଭର୍ଣ୍ଣରେଟ୍ର ବାଲବେକ୍ ସହରର ଆଖପାଖରେ ଥିବା ନାଗରିକ ସୁରକ୍ଷା କେନ୍ଦ୍ରକୁ ଟାର୍ଗେଟ କରି ଇସ୍ରାଏଲର ଏୟାରଷ୍ଟ୍ରାଇକ୍ କରାଯାଇଥିଲା।
ଏଥିରେ କୁହାଯାଇଛି ଯେ ୨୦ ଜଣ ସଦସ୍ୟ ଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ଅଲ୍ ଜାଜିରା ଅନୁଯାୟୀ, ବାଲବେକ୍-ହାର୍ମେଲ ଗଭର୍ଣ୍ଣର ମଧ୍ୟ ଏକ୍ସ ଉପରେ ଆକ୍ରମଣ ବିଷୟରେ ପୋଷ୍ଟ କରିଥିଲେ। ଘଟଣାସ୍ଥଳରୁ ୧୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଭଗ୍ନାବଶେଷ ହଟାଇବା ପ୍ରକ୍ରିୟା ଜାରି ରହିଛି।