ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି। ନୂଆ ବସ୍ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଠିଆ ହୋଇଥିବା ଏକ ଟ୍ରକ୍କୁ ପଛପଟୁ ବାଇକ୍ ଧକ୍କା ଦେଇଛି। ଏହି ଦୁର୍ଘଟଣା ଯୋଗୁଁ ଜଣେ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବାଇକ୍ରେ ଥିବା ଅନ୍ୟ ବ୍ୟକ୍ତି ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଅହିୟାସ ଅଞ୍ଚଳର ଦୁଇଜଣ ଯୁବକ ବାଲେଶ୍ବରରୁ ଭଦ୍ରକ ଦେଇ ନିଜ ଗାଁକୁ ବାଇକ୍ରେ ଫେରୁଥିଲେ। ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ବ୍ରେକ ଡାଉନ ହୋଇ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ପରେ ଗୁରୁତର ବ୍ୟକ୍ତିଙ୍କର ଅବସ୍ଥା ସଂକଟାପନ୍ନ ହେଵାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।
ଅଧିକ ପଢ଼ନ୍ତୁ: ଅବସରପ୍ରାପ୍ତ ଡିଏସ୍ପିଙ୍କ ଘରେ ଅଗ୍ନିକାଣ୍ଡ: ୬ ଜଣଙ୍କ ମୃତ୍ୟୁ