ଶ୍ରୀନଗର: ଜମ୍ମୁ-କଶ୍ମୀରର କଠୁଆରେ ଜଣେ ଅବସରପ୍ରାପ୍ତ ଡିଏସ୍ପିଙ୍କ ଘରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ବେଳେ ଜଣେ ପଡ଼ୋଶୀ ମଧ୍ୟ ଆହତ ହୋଇଛନ୍ତି। ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ହୋଇପାରେ ବୋଲି ଅନୁମାନ କରାଯାଉଛି। କଠୁଆ ଜିଏମ୍ସି ଅଧ୍ୟକ୍ଷ ଏସକେ ଅତ୍ରିଙ୍କ କହିବାନୁଯାୟୀ, ଜଣେ ଅବସରପ୍ରାପ୍ତ ସହାୟକ ମାଟ୍ରୋନଙ୍କ ଭଡ଼ା ଘରେ ଅଗ୍ନିକାଣ୍ଡ ଘଟିଛି। ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପୁଲିସ ଓ ଅଧିକାରୀଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଏସ୍କେ ଅତ୍ରିଙ୍କ କହିବାନୁଯାୟୀ, ପ୍ରାଥମିକ ଦୃଷ୍ଟିରୁ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ହୋଇଥିବା ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ମୃତକଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। କଠୁଆରେ ଜଣେ ଅବସରପ୍ରାପ୍ତ ଡିଏସପିଙ୍କ ଘରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ପଡ଼ୋଶୀ ଥିଲେ। ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ହୋଇ ଯାଇଥିବା କୁହାଯାଉଛି।
ଅଧିକ ପଢ଼ନ୍ତୁ: ଋଷ୍ କହିଲା- ଆମେ କ୍ୟାନ୍ସର ଟିକା ତିଆରି କରିଛୁ