କାନାଡ଼ା: ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡ଼ୁଙ୍କ ଇସ୍ତାଫା ପରେ କାନାଡ଼ାରେ ହେବାକୁ ଯାଉଛି ୪୫ ତମ ପ୍ରଧାନମନ୍ତ୍ରୀ ନିର୍ବାଚନ । ୯ ମାର୍ଚ୍ଚରେ ନୂଆ ପ୍ରଧାନମନ୍ତ୍ରୀ ବାଛିବ ଦେଶ । ଏହି ରେସରେ ୫ ଜଣ ରହିଥିବା ବେଳେ ସେଥିରୁ ୩ ଜଣ ହେଉଛନ୍ତି ମହିଳା । ୩ ମହିଳାଙ୍କ ଭିତରେ ରହିଛନ୍ତି, ଭାରତୀୟ ବଂଶଭୋବ ତଥା ପୂର୍ବତନ ବଲିଉଡ୍ ଅଭିନେତ୍ରୀ ରୁବି ଢଲ୍ଲା। ସେହିପରି ର୍ପୂବ ଡେପୁଟି ପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରେଲାଣ୍ଡ ଏବଂ ଲିବରାଲ ପାର୍ଟିର ନେତା କରିନା ଗୋଲ୍ଡ ପ୍ରମୁଖ ଏହି ରେସରେ ସାମିଲ ଅଛନ୍ତି ।
୫୦ ବର୍ଷୀୟ ରୁବି ଢଲ୍ଲା ହେଉଛନ୍ତି ପଞ୍ଜାବର ପଞ୍ଜାବର ମୂଳବାସିନ୍ଦା । ଏଥିସହ ସେ ଜଣେ ଗ୍ଲାମରସ୍ ମଡେଲ୍ ଏବଂ ଅଭିନେତ୍ରୀ ମଧ୍ୟ। ରୁବି ୧୯୯୩ ମସିହାରେ ମିସ୍ ଇଣ୍ଡିଆ କାନାଡା ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍ ଥିଲେ। ରୁବି ୨୦୦୩ ମସିହାରେ ‘କ୍ୟୁଁ ଔର କିସଲିଏ?’ ନାମକ ଏକ ବଲିଉଡ୍ ଫିଲ୍ମରେ ଅଭିନେତ୍ରୀ ଭାବରେ କାମ କରିଥିଲେ। ରୁବି ବର୍ତ୍ତମାନ ରାଜନୀତି ଏବଂ ବ୍ୟବସାୟରେ ସକ୍ରିୟ ଅଛନ୍ତି ଓ ପେଶାରେ ସେ ଜଣେ ଡାକ୍ତର ମଧ୍ୟ ଅଟନ୍ତି।
ଅଧିକ ପଢନ୍ତ: କାନାଡା, ଚୀନ ପରେ ଏବେ ଏହି ଦେଶକୁ ଡୋନାଲ୍ଡ ଟ୍ରମ୍ପଙ୍କ ଝଟକା, କହିଲେ-ଏବେ ୟୁରୋପର ପାଳି
ପୂର୍ବତନ ବଲିଉଡ୍ ଅଭିନେତ୍ରୀ ରୁବି ଢଲ୍ଲା ଗତ ୨୦ ବର୍ଷ ଧରି କାନାଡା ରାଜନୀତିରେ ସକ୍ରିୟ ଅଛନ୍ତି। ସେ ‘ଲିବରାଲ ପାର୍ଟି ଅଫ୍ କାନାଡା’ର ନେତା ହେବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ସହ କାମ ମଧ୍ୟ କରିସାରିଛନ୍ତି। ରୁବି ଢଲ୍ଲା ୨୦୦୪ ମସିହାରେ କାନାଡା ରାଜନୀତିରେ ପ୍ରବେଶ କରିଥିଲେ ଏବଂ ସେହି ବର୍ଷ ହାଉସ ଅଫ୍ କମନ୍ସର ସଦସ୍ୟ ନିର୍ବାଚିତ ହୋଇ କାନାଡାରେ ତିନିଥର ସଂସଦର ସଦସ୍ୟ ମଧ୍ୟ ହୋଇସାରିଛନ୍ତି।
ରୁବି ବର୍ତ୍ତମାନ କାନାଡାରେ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି। ଦୀର୍ଘଦିନ ହେବ ସେ କାନାଡ଼ାରେ ଖାଦ୍ୟର ମୂଲ୍ୟ ବୃଦ୍ଧି, ଘର ଖର୍ଚ୍ଚ, ସେଠାରେ ହେଉଥିବା ଅପରାଧ ଏବଂ ପଡ଼ୋଶୀ ଦେଶ ଆମେରିକାରୁ ଟିକସର ଧମକ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଆସୁଛନ୍ତି।