ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଆଇ କୋଡ୍ ଫର୍ ହ୍ୟୁମାନିଟି ଲେଖୁଛି । ଏଆଇ ଲକ୍ଷ ଲକ୍ଷ ଲୋକଙ୍କର ଜୀବନରେ ପରିବର୍ତ୍ତନ ଆଣୁଛି । ସମୟ ଅନୁସାରେ ରୋଜଗାରର ସ୍ୱରୂପ ମଧ୍ୟ ପରିବର୍ତ୍ତନ ହେଉଛି । ଆମକୁ ଏଆଇରୁ ରୋଜଗାର ସଙ୍କଟ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଇତିହାସ ସାକ୍ଷୀ ଅଛି ଯେ ଟେକନିକ୍ ଚାକିରି ନିଏନି । ପ୍ୟାରିସରେ ଆୟୋଜିତ ଗ୍ରାଣ୍ଡ୍ ପ୍ୟାଲେସ୍ ରେ ଆୟୋଜିତ ଏଆଇ ଶିଖର ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ-ଅଧ୍ୟକ୍ଷତାରେ ଏଆଇ ଆକ୍ସନ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି ।
ପ୍ରଧାନମନ୍ତ୍ରୀ ଏଆଇ ସମ୍ମିଳନୀ ( AI Summit)ରେ ବଡ଼ ଘୋଷଣା କରି କହିଛନ୍ତି, ଭାରତ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ଟାଲେଣ୍ଟ୍ AI ପୁଲ୍ ଉପରେ କାମ କରୁଛି । ଏହା ସହିତ, ସେ AI ସହ ଜଡିତ ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଜନସାଧାରଣଙ୍କ ହିତ ପାଇଁ AI ଆପ୍ଲିକେସନ୍ ବିକଶିତ କରୁଛୁ । AI ଭବିଷ୍ୟତ ସମସ୍ତଙ୍କ ପାଇଁ ଏବଂ ଭଲ ପାଇଁ ନିଶ୍ଚିତ କରିବା ପାଇଁ ଭାରତ ଏହାର ଅଭିଜ୍ଞତା ଏବଂ ବିଶେଷଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ।
ମୋଦୀ ଆହୁରି କହିଛନ୍ତି, “AI ସକରାତ୍ମକ ଦିଗରେ ଆମର ଅର୍ଥନୀତି, ସୁରକ୍ଷା ଏବଂ ଆମ ସମାଜକୁ ପୁନଃଆକୃତି ଦେଉ ଛି। ଏହି ଶତାବ୍ଦୀରେ ମାନବଜାତି ପାଇଁ AI ସଂହିତା ଲେଖୁଛି। ” “AI ଆଜିର ସମୟରେ ଆବଶ୍ୟକତା ରହିଛି । ଆମ ପାଖରେ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ପ୍ରତିଭା ଅଛି । ଆମେ ତଥ୍ୟ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିଛୁ । AIର ଭବିଷ୍ୟତ ବହୁତ ଉଜ୍ଜ୍ୱଳ । କିଛି ଲୋକ ମେସିନର ବର୍ଦ୍ଧିତ ଶକ୍ତି ବିଷୟରେ ଚିନ୍ତିତ, କିନ୍ତୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । AI ରାଜନୀତି, ଅର୍ଥନୀତି, ସୁରକ୍ଷା ଏବଂ ସମାଜକୁ ସକାରାତ୍ମକ ଭାବରେ ପରିବର୍ତ୍ତନ କରୁଛି । AI ମାନବତା ପାଇଁ ସହାୟକ ହେଉଛି । ଏହା ସମାଜ ଏବଂ ସୁରକ୍ଷା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ"।