ୱାଶିଂଟନ: ଆମେରିକାରେ ଆଉ ଏକ ବିମାନ ଦୁର୍ଘଟଣା ଘଟିଛି। ଆରିଜୋନାର ସ୍କଟସଡେଲ ବିମାନବନ୍ଦରରେ ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଫେଡେରାଲ ଏଭିଏସନ୍ ଆଡ୍ମିନିଷ୍ଟ୍ରେସନ୍ର ସୂଚନା ଅନୁଯାୟୀ, ଏକ ଘରୋଇ ଜେଟ୍ ରନୱେରୁ ଓହ୍ଲାଇ ଅନ୍ୟ ଏକ ଘରୋଇ ଜେଟ୍ ସହ ଧକ୍କା ହୋଇଥିଲା। ଆମେରିକାର ଫେଡେରାଲ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୧୦ ଦିନ ମଧ୍ୟରେ ଆମେରିକାରେ ଏହା ହେଉଛି ଚତୁର୍ଥ ବିମାନ ଦୁର୍ଘଟଣା।
ଅନୁଯାୟୀ, ଅପରାହ୍ନ ୨ଟା ୪୫ମିନିଟରେ ଏହି ଘଟଣା ଘଟିଥିଲା। ଲ୍ୟାଣ୍ଡିଂ ପରେ ଲିୟର୍ଜେଟ୍ ୩୫ଏ ବିମାନ ରନୱେରୁ ଓହ୍ଲାଇ ରାମ୍ପ୍ରେ ଥିବା ଗଲ୍ଫଷ୍ଟ୍ରିମ୍ ୨୦୦ ବିଜନେସ୍ ଜେଟ୍ ସହ ଧକ୍କା ହୋଇଥିଲା। ବିମାନବନ୍ଦରରେ ବିମାନ ଚଳାଚଳ କୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ତେବେ ବିମାନରେ କେତେ ଜଣ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇନାହିଁ।
ସ୍କଟସଡେଲ ଅଗ୍ନିଶମ ବିଭାଗର ମୁଖପାତ୍ର ଡେଭ୍ ଫୋଲିଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ବିମାନରେ ଜଣେ ବ୍ୟକ୍ତି ଏବେ ବି ଫସି ରହିଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ କାମ କରୁଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିକଟରେ ଆମେରିକାରେ ହୋଇଥିବା ୩ଟି ବିମାନ ଦୁର୍ଘଟଣାର ଗଭୀର ତଦନ୍ତ ଚାଲିଛି। ନ୍ୟାସନାଲ ଟ୍ରାନ୍ସପୋର୍ଟ ସେଫ୍ଟି ବୋର୍ଡ ଏହି ତିନୋଟି ଘଟଣାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ଆମର ପ୍ରବାସୀ ସମ୍ପ୍ରଦାୟ ପ୍ରତି କୃତଜ୍ଞ’