ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ ବ୍ରିଜ୍ ଉପରେ ସ୍ପଷ୍ଟ ଦିବାଲୋକରେ ସହଦେବ ନାୟକଙ୍କୁ ହତ୍ୟା ଘଟଣା । ଏହି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ମହିଳା । ତାଙ୍କ ନାଁ ପିଙ୍କି ନାୟକ । ବୟସ ୪୦ ବର୍ଷ । ପିଙ୍କି ନାୟକ ଅନ୍ୟ ଅଭିଯୁକ୍ତ ସହ ମିଶି ହତ୍ୟାକାଣ୍ଡରେ ସାମିଲ ଥିବା ପୋଲିସ ଜାଣିବା ପରେ ମଙ୍ଗଳବାର ଗିରଫ କରିଛି ।
ପିଙ୍କି ନାୟକଙ୍କୁ ଗିରଫ କରାଯିବା ପରେ ପୋଲିସ କୋର୍ଟ ଚାଲାଣ କରିଛି । ଏହି ହତ୍ୟା ଘଟଣାରେ ପୂର୍ବରୁ ୫ଜଣଙ୍କୁ ଗିରଫ କରିଛି ପୋଲିସ ।
ମୃତ ସହଦେବ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଯାଉଥିବାବେଳେ ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲେ। ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଥିଲେ ମୃତ ସହଦେବଙ୍କ ସ୍ତ୍ରୀ।