ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ପାକିସ୍ତାନକୁ ସମାଲୋଚନା କରିଛନ୍ତି। ବିନା କୌଣସି ବାଧାବିଘ୍ନରେ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି କ୍ଷତକୁ ଭୁଲିହେବ ନାହିଁ ବୋଲି କଂଗ୍ରେସ ସାଂସଦ ଉଲ୍ଲେଖ କରିଛନ୍ତି। ଭାରତ ସରକାର ଯେତେବେଳେ ପାକିସ୍ତାନ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଥିଲେ, ସେତେବେଳେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ପଠାନକୋଟ ଓ ମୁମ୍ବାଇରେ ପାକିସ୍ତାନ ଆମକୁ ଛୁରାମାଡ଼ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସଠିକ ଭାବେ କହିଛନ୍ତି ଯେ ପାକିସ୍ତାନ ସହ ସାଧାରଣ କଥାବାର୍ତ୍ତା ଆଉ ସମ୍ଭବ ନୁହେଁ।
ପାକିସ୍ତାନର ଲୋକଙ୍କ ସହ ଲୋକଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି କରାଯିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପାକିସ୍ତାନୀ ନାଗରିକଙ୍କୁ ଅଧିକ ଭିସା ମିଳିବା ଦରକାର। ବରିଷ୍ଠ ସାମ୍ବାଦିକ ତଥା ପଣ୍ଡିତ କେଭି ପ୍ରସାଦଙ୍କ 'ଭାରତୀୟ ସଂସଦ: ବୈଦେଶିକ ନୀତି ରଚନା' ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ସେ ଏହା କହିଛନ୍ତି।
ଶଶି ଥରୁର କହିଛନ୍ତି ଯେ ଭାରତକୁ ଯେତିକି ପାକିସ୍ତାନୀ ନାଗରିକ ଆସିଛନ୍ତି, ସେମାନେ ଆମ ଦେଶକୁ ଭଲ ପାଇଛନ୍ତି। ପାକିସ୍ତାନରୁ ଲୋକେ ଭାରତ ଆସିବାକୁ ଚାହୁଁଛନ୍ତି। ହୁଏତ କଥାବାର୍ତ୍ତା ସବୁଦିନ ପାଇଁ ବନ୍ଦ ହୋଇପାରିବ ନାହିଁ, କିନ୍ତୁ ପୁରୁଣା କଥାକୁ ମଧ୍ୟ ଭୁଲିହେବ ନାହିଁ।
ଅଧିକ ପଢ଼ନ୍ତୁ: ମୁମ୍ବାଇର ଲୋକାଲ ଟ୍ରେନ୍ରେ ମୋବାଇଲ୍ ଫୋନ୍ ବିସ୍ଫୋରଣ