ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଯାଇଛି । ଚିକିତ୍ସା କ୍ଷେତ୍ରରେ ଆମେରିକାରର ଦୁଇ ଜଣ ଏବଂ ଜାପାନର ଜଣେ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଆମେରିକାର ମୈରୀ ଈ. ବ୍ରଂକୋ ଓ ଫ୍ରେଡ୍ ରାମ୍ସଡେଲ୍ ଏବଂ ଜାପାନ ଶିମୋନ ସକାଗୁଚୀ ଚିକିତ୍ସା ପାଇଁ ନୋବେଲ ପୁରସ୍କାର ପାଇବେ ।
ଷ୍ଟକହୋମରେ ଥିବା କୋରଲିଂସ୍କା ଇନଷ୍ଟିଚ୍ୟୁଟ୍ ସୋମବାର ୨୦୨୫ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା କରିଛି । ଶରୀରରେ ବାହାର ଅଂଶରେ ରୋଗ ପ୍ରତିରୋଧକ ଶକ୍ତିର ସହନଶୀଳତା ପାଇଁ (ପେରିଫେରଲ୍ ଇମ୍ୟୁନ୍ ଟଲରେନ୍ସ)ର ଅନୁସନ୍ଧାନ ପାଇଁ ଉପରୋକ୍ତ ତିନି ଜଣ ବିଶେଷଜ୍ଞ ନୋବେଲ ପୁରସ୍କାର ପାଇବାକୁ ଚୟନ ହୋଇଛନ୍ତି । ଏହି ଅନୁସନ୍ଧାନ ଶରୀରରେ ପ୍ରତିରୋଧକ ପ୍ରଣାଳୀକୁ ବୁଝିବା କ୍ଷେତ୍ରରେ କ୍ରାନ୍ତି ଆଣିଛି । ଅଟୋଇମ୍ୟୁନ ରୋଗ ଯେପିରିକି ରୁମାଟାଇଡ୍ ଆର୍ଥାରାଇଟିସ୍, ଟାଇପ୍-1 ଡାଇବେଟିସ୍ ବା ମଧୁମେହ ଏବଂ ଲ୍ୟୁପସର ଚିକିତ୍ସା ପାଇଁ ଏକ ମାର୍ଗ ଦର୍ଶନ କରିବ ।
କ’ଣ ଏହି ରୋଗ ପ୍ରତିରୋଧକ ଶକ୍ତି ସହନଶୀଳତା/ଇମ୍ୟୁନ୍ ଟଲରେନ୍ସ ?
ଆମ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ଭୂତାଣୁ ସହିତ ଲଢ଼ିଥାଏ । କିନ୍ତୁ ବେଳେ ଏହି ରୋଗ ପ୍ରତିରୋଧକ ଶକ୍ତି ଆମ ଶରୀର ଉପରେ ପାଲଟା ପ୍ରଭାବ ପକାଇଥାଏ । ପୂର୍ବ ବୈଜ୍ଞାନିକମାନଙ୍କ ମୁତାବକ, ଏହି ରୋଗ ସହିତ ଲଢ଼ୁଥିବା ଏହି କୋଶିକା ଗୁଡ଼ିକ ଶରୀର ଭିତରେ ଧିରେ ଧିରେ ସହିଷ୍ଣୁ ହୋଇଯାଆନ୍ତି । ଯାହାକୁ ସେଣ୍ଟ୍ରାଲ ଇମ୍ୟୁନ ଟଲେରେନ୍ସ କୁହାଯାଇଥାଏ । କିନ୍ତୁ ଉପରୋକ୍ତ ବୈଜ୍ଞାନିକ ମାନେ ଆଉ ଏକ ସନ୍ଧାନରେ ପାଇଛନ୍ତି ଆମ ଶରୀର ବାହାରେ ମଧ୍ୟ ଏକ କୋଶିକା କାମ କରୁଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ନିୟନ୍ତ୍ରଣରେ ରଖିଥାଏ । ଯାହା ଦ୍ୱାରା ଶରୀର ଅଙ୍ଗ ଗୁଡ଼ିକ ସୁରକ୍ଷିତ ରହୁଛନ୍ତି ।
ଏହି ଅନୁସନ୍ଧାନ ୧୯୯୦ ଦଶକରେ ଆରମ୍ଭ ହୋଇଥିଲା । ରେଗୁଲେଟରୀ ଟି ସେଲ୍ସ (ଟ୍ରେଗ୍ସ) ନାମକ କୋଶିକା ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରତିରୋଧ କରିଥାଆନ୍ତି । ଯଦି ଏହି ବାହ୍ୟ କୋଶିକା ଦୁର୍ବଳ ହୋଇଯିବେ ତେବେ ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇବ । ଏହି ଅନୁସନ୍ଧାନ କର୍କଟ, ପ୍ରତିରୋପଣ ଏବଂ ଏଲର୍ଜୀ ଭଳି ଚିକିତ୍ସାରେ ମଧ୍ୟ ସାହାଯ୍ୟ କରିବ ।