ପ୍ରକାଶ ପାଇଲା ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକା । Hurun Global Rich List ୨୦୨୫ ଦ୍ୱାରା ଏହା ପ୍ରକାଶିତ ହୋଇଛି। ଏଥିରେ ଶ୍ରେଷ୍ଠ ୧୦ ସ୍ଥାନର ଶୀର୍ଷରେ ରହିଛନ୍ତି ଟେଲସାର ସିଇଓ ଏଲନ ମସ୍କ । ଗତବର୍ଷ ଅପେକ୍ଷା ଚଳିତବର୍ଷ ତାଙ୍କ ସମ୍ପତି ୧୮୯ ବିଲିୟନ ଡଲାର ବୃଦ୍ଧି ପାଇ ୪୨୦ ବିଲିୟନ ଡଲାରରେ ପହଞ୍ଚିଛି । ସେହିପରି ଦ୍ୱିତୀୟରେ ରହିଛନ୍ତି ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ । ତାଙ୍କ ସମ୍ପତି ୨୬୬ ବିଲିୟନ ଡଲାର ରହିଛି । ତୃତୀୟ ଧନୀ ତାଲିକାରେ ମେଟାର ସିଇଓ ମାର୍କ ଜୁକରବର୍ଗ ସ୍ଥାନ ପାଇଛନ୍ତି । ଜୁକରବର୍ଗଙ୍କ ସମ୍ପତି ରହିଛି ୨୪୨ ବିଲିୟନ ଡଲାର ।
ଲାରି ଏଲିସନ ୨୦୩ ବିଲିୟନ ଡଲାର ସମ୍ପତି ସହ ତାଲିକାର ଚତୁର୍ଥରେ ଥିବା ବେଳେ ପଞ୍ଚମ ସ୍ଥାନରେ ୱାରେନ୍ ବଫେଟ୍ ରହିଛନ୍ତି । ତାଙ୍କ ସମ୍ପତି ୧୬୭ ବିଲିୟନ ଡଲାର ରହିଛି । ତେବେ ସପ୍ତମ ସ୍ଥାନରେ ବର୍ଣ୍ଣାର୍ଡ ଆର୍ନଲ୍ଟ ରହିଛନ୍ତି । ତାଙ୍କ ସମ୍ପତି ରହିଛି ୧୫୭ ବିଲିୟନ ଡଲାର । ସେହିପରି ଅଷ୍ଟମରେ ମାଇକ୍ରୋସଫ୍ଟ ମୁଖ୍ୟ ଷ୍ଟିଭ ବଲ୍ମର ରହିଥିବା ବେଳେ ତାଙ୍କ ସମ୍ପତି ହେଉଛି ୧୫୬ ବିଲିୟନ ଡଲାର । ନବମ ସ୍ଥାନରେ ସର୍ଗେ ବିନି ୧୪୮ ବିଲିୟନ ଡଲାର ସହ ଏବଂ ଦଶମ ସ୍ଥାନରେ ବିଲ ଗେଟ୍ସ ୧୪୩ ବିଲିୟନ ଡଲାର ସହ ଶ୍ରେଷ୍ଠ ଧନୀ ଶ୍ରେଣୀରେ ସ୍ଥାନ ପାଇଛନ୍ତି ।
ତେବେ ଶ୍ରେଷ୍ଠ ୧୦ ତାଲିକା ଭିତରେ ଭାରତର କୌଣସି ଧନୀ ସ୍ଥାନ ପାଇନାହାନ୍ତି । ଭାରତର ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତି ଗତବର୍ଷ ଅପେକ୍ଷା ୧ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଏହି କାରଣରୁ ସେ ଧନୀ ତାଲିକାର ଶ୍ରେଷ୍ଠ ୧୦ ଭିତରୁ ବାଦ୍ ପଡି ଏବେ ୧୮ ତମ ସ୍ଥାନରେ ପହଞ୍ଚିଛନ୍ତି । ମୁକେଶ ଅମ୍ବାନୀଙ୍କ ସମ୍ପତି ବର୍ତ୍ତମାନ ୯୧.୮ ବିଲିୟନ ଡଲାର ରହିଛି । ସେହିପରି ଗୌତମ ଅଦାନୀ ମଧ୍ୟ ୫୩.୫ ବିଲିୟନ ଡଲାର ସମ୍ପତି ସହା ଶ୍ରେଷ୍ଠ ଧନୀ ତାଲିକାର ୨୭ ନମ୍ବର ସ୍ଥାନରେ ରହିଛନ୍ତି ।
ଅନ୍ୟପକ୍ଷେ ଏଚସିଏଲ ((HCL)ର ଅଧ୍ୟକ୍ଷ ରୋଶନୀ ନାଦର ବିଶ୍ୱର ଶ୍ରେଷ୍ଠ ଧନୀ ମହିଳା ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି । ତେବେ ଶ୍ରେଷ୍ଠ ୧୦ ଧନୀ ମହିଳା ଭିତରେ ସ୍ଥାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ରୋଶନୀଙ୍କ ମୋଟ୍ ସମ୍ପତି ୩.୫ ଲକ୍ଷ କୋଟି ରହିଛି । ତେବେ ଏସିଆ ମହାଦେଶର ପଞ୍ଚମ ଧନୀ ମହିଳା ତାଲିକାରେ ରୋଶନୀ ରହିଥିବା ବେଳେ ଏବେ ବି ପ୍ରଥମ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ ।