ଆମେରିକାରେ ହାହାକାର, ଦିନକରେ 4500 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
Khabar Odisha:covid-19-update-united-states-sets-record-for-most-corona-deaths-reported-in-one-day
ନୂଆଦିଲ୍ଲୀ, ଜାନୁଆରୀ 13 (ଖବର ଓଡିଶା) :

ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି  ।  ବିଶ୍ୱରେ 9.20 କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି  । ଏଥି ସହିତ କରୋନା କାରଣରୁ 19 ଲକ୍ଷ 70 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି  । ଆମେରିକାରେ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି  । ଗୋଟିଏ ଦିନରେ ଆମେରିକାରେ ପ୍ରାୟ 4500 ଲୋକ କରୋନାରେ ମୃତ୍ୟୁ ବରଣ କରିଛନ୍ତି  ।

ଆମେରିକାରେ କୋଭିଡ ଟୀକାକରଣ ଅଭିଯାନ ସତ୍ତ୍ୱେ କରୋନା ସଂକ୍ରମଣ ବଢିବାରେ ଲାଗିଛି  । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି   ମଙ୍ଗଳବାର ଦିନ କରୋନାରେ ଆମେରିକାରେ 4,500 ଲୋକଙ୍କ ମୃତ୍ୟୁ ଘଟିଛି  । ମହାମାରୀ ଆରମ୍ଭ ହେବା ପରଠାରୁ ଆମେରିକାରେ ଗୋଟିଏ ଦିନରେ ଏହା ସର୍ବାଧିକ ମୃତ୍ୟୁ ରେକର୍ଡ ଭାଙ୍ଗିଛି । ଏହା ସହ ଆମେରିକାରେ ମୃତ୍ୟୁ ସଂଖ୍ୟା 3,89,599 ଅତିକ୍ରମ କରିଛି   ଆମେରିକାରେ ମୋଟ ସଂକ୍ରମିତ ସଂଖ୍ୟା 23,368,225 ରେ ପହଞ୍ଚିଛି 

  • Tags:

Subscribe

National International State Sports Entertainment