ବିରାଟ ଭାଙ୍ଗିବେ ସଚିନଙ୍କ 100 ଶତକର ରେକର୍ଡ - ବ୍ରାଡ ହଗ୍
Khabar Odisha:Virat-will-brake-100-centuries-record-of-Sachin---Bradd-Hogg
ସିଡ଼ନୀ, ଜୁଲାଇ ୦୬ (ଖବର ଓଡ଼ିଶା):

କ୍ରିକେଟର କିମ୍ବଦନ୍ତୀ ତଥା ପୂର୍ବତନ  ଭାରତୀୟ ବ୍ୟାଟସମାନ ସଚିନ ତେନ୍ଦୁଲକରଙ୍କ ନାମରେ ଅନ୍ତର୍ଜାତୀୟ କ୍ରିକେଟରେ ଶହେ ଶତକ ମାରିଥିବାର ରେକର୍ଡ ରହିଛି । ତେବେ ସଚିନଙ୍କ ଏହି ବିରଳ ରେକର୍ଡ ଭାରତୀୟ ଅଧିନାୟକ ବିରାଟ କୋହଲି ଭାଙ୍ଗିପାରିବେ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ଼ ହଗ କହିଛନ୍ତି । 

ବର୍ତ୍ତମାନ ସୁଦ୍ଧା ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ 70 ଶତକ ମରିସାରିଛନ୍ତି । ତନ୍ମଧରୁ 43 ଟି ଏକଦିବସୀୟ ମ୍ୟାଚରେ ହୋଇଥିବା ବେଳେ 27 ଟି ଟେଷ୍ଟ ମ୍ୟାଚରେ ହୋଇଛି । ସେହିପରି ଏକଦିବସୀୟ ମ୍ୟାଚରେ ଶତକ ହାସଲ କରିବାରେ କେବଳ ସଚିନଙ୍କ ପଛକୁ ରହିଛନ୍ତି ବିରାଟ । ସଚିନ ଏକଦିବସୀୟ ମ୍ୟାଚରେ 49 ଟି ଶତକ ମାରିଥିବା ବେଳେ ବିରାଟ ବର୍ତ୍ତମାନ ସୁଦ୍ଧା 43 ଟି ଶତକ ମାରିଛନ୍ତି । 

ବିରାଟ କୋହଲିଙ୍କ ଫିଟନେସ ବହୁତ ଭଲ ରହିଛି ଏବଂ ତାଙ୍କ ପାଖରେ ସବୁବେଳେ ରନର ଭୋକ ରହିଛି ସେଥିପାଇଁ ବିରାଟ ସଚିନ ରେକର୍ଡ କାଟିବେ ବୋଲି ବ୍ରାଡ଼ ହଗ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ପୂର୍ବତନ ୱେଷ୍ଟ ଇଣ୍ଡିଜ କ୍ରିକେଟର ଇଆନ ବିଶୋପ ଭାରତର କ୍ୱାଲିଟି ପେସ ବାହିନୀର ଖୁବ ପ୍ରଂଶସା କରିଥିଲେ. ତେବେ ବିଶୋପଙ୍କ ଏହି କଥାକୁ ସମର୍ଥନ ଜଣାଇଛନ୍ତି ବ୍ରାଡ଼ ହଗ । ହଗଙ୍କ ମତରେ ଭାରତର ପେସ ବୋଲିଂ ବିଭାଗ ଆଗ ଅପେକ୍ଷା ବହୁତ ଶକ୍ତିଶାଳୀ ହୋଇଯାଇଛି । ଯାହାଫଳରେ ସେମାନେ ବିଦେଶରେ ସଫଳତା ଲାଭ କରୁଛନ୍ତି ।

  • Tags:

Subscribe

National International State Sports Entertainment