ୱାଶିଙ୍ଗଟନ୍: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ଠାରୁ ମତଦାନ ଆରମ୍ଭ ହୋଇଛି। ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ଏବଂ ରିପବ୍ଲିକାନ୍ ପାର୍ଟି ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ରହିଛି। ଆମେରିକା ନିର୍ବାଚନ ପାଇଁ ଭୋଟ ଗଣତି ମଧ୍ୟ ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପ ଇଣ୍ଡିଆନା, କେଣ୍ଟୁକି ଏବଂ ଫ୍ଲୋରିଡା ଭଳି ରେଡ୍ ରାଜ୍ୟରେ ଆଗୁଆ ଅଛନ୍ତି। ଉଭୟ ରାଜ୍ୟ ସାଧାରଣତଃ ରିପବ୍ଲିକାନ୍ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇଥାନ୍ତି।
ଡୋନାଲ୍ଡ ଟ୍ରମ୍ପ ଇଣ୍ଡିଆନା, କେଣ୍ଟୁକି ଏବଂ ୱେଷ୍ଟ ଭର୍ଜିନିଆରେ ବିଜୟୀ ହୋଇଥିବା ବେଳେ ଡେମୋକ୍ରାଟ୍ କମଳା ହାରିସ୍ ଭର୍ମଣ୍ଟକୁ ଦଖଲ କରିଛନ୍ତି। ଜର୍ଜିଆ ଓ ନର୍ଥ କାରୋଲିନା ସମେତ ଆମେରିକାର ପ୍ରଥମ ୯ଟି ରାଜ୍ୟରେ ଗୁରୁତ୍ୱପୂର୍ଣ୍ଣ ମତଦାନ ଶେଷ ହୋଇଥିବା ବେଳେ ଏଡିସନ୍ ରିସର୍ଚ୍ଚ ଏହା ପୂର୍ବାନୁମାନ କରିଛି। କମଳା ହାରିସ ସ୍ୱିଙ୍ଗ୍ ରାଜ୍ୟ ନର୍ଥ କାରୋଲିନାରେ ଆଗୁଆ ଅଛନ୍ତି। ସେ ଭର୍ମୋଣ୍ଟରେ ବିଜୟୀ ହୋଇଛନ୍ତି।
ଏଡିସନ୍ ରିସର୍ଚ୍ଚ ଅନୁଯାୟୀ, ୧୯ ଇଲେକ୍ଟୋରାଲ କଲେଜ ଭୋଟ୍ ଥିବା ରାଜ୍ୟ ପେନ୍ସି ଲଭାନିଆରେ ୪୭ ପ୍ରତିଶତ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ବେଳେ ୪୬ ପ୍ରତିଶତ କମଳା ହାରିସଙ୍କୁ ସମର୍ଥନ କରିଛନ୍ତି। ପେନ୍ସିଲଭାନିଆରେ କମଳା ହାରିସଙ୍କ ପାଇଁ ଏହା ଏକ ଝଟକା ବୋଲି ବିବେଚନା କରାଯାଉଛି, କାରଣ ୨୦୨୦ରେ ଜୋ ବାଇଡେନ୍ ଏଠାରୁ ୫୦ ପ୍ରତିଶତ ଭୋଟ୍ ପାଇଥିଲେ। ସେହିପରି ୨୦୨୦ ଭଳି ଟ୍ରମ୍ପଙ୍କୁ ୪୭ ପ୍ରତିଶତ ଭୋଟରଙ୍କ ସମର୍ଥନ ରହିଛି।
ଜର୍ଜିଆ ଓ ନର୍ଥ କାରୋଲିନା ରାଜ୍ୟରେ ମତଦାନ ଶେଷ ହୋଇଛି। ଏହି ସର୍ଭେରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ଠାରୁ ଆଗରେ ଥିବା ଜଣାପଡିଛି। ସର୍ଭେରେ ଟ୍ରମ୍ପଙ୍କୁ ୧୦୫ଟି ଇଲେକ୍ଟୋରାଲ ଭୋଟ୍ ମିଳିଥିବା ବେଳେ ହାରିସଙ୍କୁ ୭୨ଟି ଇଲେକ୍ଟୋରାଲ ଭୋଟ୍ ମିଳିଛି।
ଅଧିକ ପଢ଼ନ୍ତୁ: ଜାଣନ୍ତୁ ଆମେରିକା ରାଷ୍ଟ୍ରପତି ନିର୍ବାଚନର ସମ୍ପୂର୍ଣ୍ଣ ପ୍ରକ୍ରିୟା