ଇଣ୍ଡୋନେସିଆରେ ଘଟିଛି ଏକ ଅଭାବନୀୟ ଘଟଣା । ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଯାଇ ଆଉ ଫେରିନାହାନ୍ତି ଜଣେ ପର୍ଯ୍ୟଟକ । ଇଣ୍ଡୋନେସିଆର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ଗ୍ଲାସ୍ ବ୍ରିଜ୍ । ଯେଉଁଠିକି ବୁଲିବା ପାଇଁ ପ୍ରାୟତଃ ଅଧିକାଂଶ ଲୋକ ଆସିଥାନ୍ତି । ଆଉ ଏହି ଗ୍ଲାସ୍ ବ୍ରିଜ୍ ଉପରେ ପ୍ରକୃତିର ସୁନ୍ଦର ଦୃଶ୍ୟକୁ ଅନୁଭବ କରିଥାନ୍ତି । କିନ୍ତୁ ଏହି ଗ୍ଲାସ୍ ବ୍ରିଜ୍ ଉପରେ ଗୋଟେ ବଡ଼ ଦୁର୍ଘଟଣା ଘଟି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି ।
ଗ୍ଲାସ୍ ବ୍ରିଜ୍ ଉପରେ ଅଧିକାଂଶ ପର୍ଯ୍ୟଟକ ଛିଡ଼ା ହୋଇଥିଲେ । କିନ୍ତୁ ହଠାତ ସେହି ସମୟରେ ବ୍ରିଜ୍ର ଏକ ଗ୍ଲାସ ଭାଙ୍ଗିଯାଇଥିଲା । ଯାହା ଫଳରେ ଉକ୍ତ ଗ୍ଲାସ ଉପରେ ଥିବା ପର୍ଯ୍ୟଟକ ଜଣକ ତଳକୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ । କାଚ ବ୍ରିଜ୍ର ଉଚ୍ଚତା ପ୍ରାୟ ୩୦ ଫୁଟ୍ । ଏହି ଦୁର୍ଘଟଣା ପରେ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଯାଇଥିଲା । ଏବେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆଗକୁ ପଢ଼ନ୍ତୁ : ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା : ୧୨ ମୃତ