ଶିଶୁଙ୍କ ସ୍ୱାସ୍ଥ୍ୟ ସଚେତନ ଆମର କର୍ତ୍ତବ୍ୟ khabar odisha :02/04/2024 Share story: ଆଜିର ହେଉଛି ‘ବିଶ୍ବ ଅଟିଜିମ୍ ସଚେତନତା ଦିବସ’ । ଅଟିଜିମ୍ ହେଉଛି ଏକ ମାରାତ୍ମକ ରୋଗ । ଯାହାର କୁଛାୟା ଶିଶୁଙ୍କ ମସ୍ତିଷ୍କ ଉପରେ ପଡିଥାଏ । ଏହି ରୋଗର କୌଣସି ପ୍ରାଥମିକ ଲକ୍ଷଣ ନ ଥାଏ । କିନ୍ତୁ ଶିଶୁଙ୍କ ମସ୍ତିଷ୍କର ବିକାଶ ସମ୍ପୂର୍ଣ୍ଣ ଭାବେ ହୋଇ ନ ଥାଏ । ଯେଉଁ ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ସେମାନଙ୍କ ବୟସ ବଢିବା ସଂଗେ ସଂଗେ ଏହି ରୋଗର ପ୍ରଭାବ ସେମାନଙ୍କ ଶରୀର ଉପରେ ପଡିଥାଏ । ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ । ଯଦି ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ନ ହେବ ତେବେ ବିଶ୍ଵର ବିକାଶ ସମ୍ଭବ ପର ନୁହେଁ । ଯାହା ସେମାନଙ୍କ ଶାରୀରିକ ଓ ମାନସିକ ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, ୧୦୦ ଶିଶୁଙ୍କ ମଧ୍ୟରେ ଜଣେ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି । ଏହି ରୋଗରେ ଶିକାର ହେଉଥିବା ଶିଶୁ ସମାଜ ଠାରୁ ଦୂରେଇ ରହିଥାଏ । ଆଜିର ଦିନରେ ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହିତ ଲୋକମାନଙ୍କ ମଧ୍ୟରେ ଏହି ରୋଗ ସମ୍ପର୍କରେ ଆଲୋଚନା କରିବା । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଶିଶୁମାନଙ୍କୁ କିପରି ଏହି ରୋଗର ଚିକିତ୍ସା କରାଯିବ ସେ ସମ୍ପର୍କରେ ଡାକ୍ତରଙ୍କ ପରାମର୍ଶ ନେବା । Health Baisakhi Rani, Author, 02/04/2024