ଘରର ଛାତ ଭାଙ୍ଗିପଡିଲା ଉଲକାପିଣ୍ଡ: ଭୟଭୀତ ହେଲେ ପୁରା ପରିବାର
Khabar Odisha:Stone-falls-from-the-sky-on-a-house-in-New-Jersey
ଖବର ଓଡିଶା : 12/05/2023:

ଘରର ଛାତ ଭାଙ୍ଗି ଘର ଭିତରେ ପଡିଲା ପଥରଖଣ୍ଡ । ଏହାପରେ  ଆଶଙ୍କା ଭିତରେ ରହିଥିଲେ ଗୋଟିଏ ପରିବାର । ସେମାନଙ୍କ ଆଶଂକା ବା ଭୟର କାରଣ ହୋଇଥିଲା ଗୋଟିଏ ପଥର । ଏହି ପ୍ରଥମରୁ ଘର ଲୋକ ଏହାକୁ ପଥର ଭାବିନେଇଥିଲେ । ହେଲେ ଯେତେବେଳେ ବିଶେଷଜ୍ଞମାନେ ଯାଂଚ କରି ସ୍ପଷ୍ଟ କଲେ ଯେ ଏହା ପଥର ନୁହେଁ ବରଂ ଏକ ଉଲକାପିଣ୍ଡ ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଆମେରିକାର ନ୍ୟୁଜର୍ସି ସହରରେ । ଏହି ଘଟଣାକୁ ନେଇ ହୋପବେଲ ପୋଲିସ ତରଫରୁ ଏକ ବୟାନ ଜାରି କରାଯାଇଛି । ପୋଲିସର କହିବା ମୁତାବକ ଧାତୁର ଏକ ବସ୍ତୁ ଯାହାକୁ ଉଲକାପିଣ୍ଡ ବୋଲି କୁହାଯାଉଛି ତାହା ପ୍ରଥମେ ଘରର ଛାତ ଉପରେ ପଡିଥିଲା ଓ ପରେ ଛାତ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା । ଏହି ପଥରର ଆକାର ୧୫ରୁ ୧୦ ଇଞ୍ଚ ଓ ଏହାର ଓଜନ ପାଖାପାଖି ୩  କିଲୋଗ୍ରାମ । ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ସେ ଏହି ପଥରକୁ ଛୁଇଁଥିଲେ ଏବଂ ଏହା ଅତ୍ୟଧିକ ଗରମ ଥିଲା। ଏହି ପଥରଟି ଏଟା ଆକ୍ୱାରିଡ୍ ମେଟେର ସାୱାରର ଏକ ଖଣ୍ଡ ହୋଇପାରେ, ଯାହା ପ୍ରସିଦ୍ଧ ହାଲି ଧୂମକେତୁ ବୋଲି କୁହାଯାଏ , ଯାହା ପ୍ରତି ୭୫  ବର୍ଷରେ ପୃଥିବୀରୁ ଦେଖାଯାଏ | ପ୍ଲାନେଟାରୀ ସାଇନ୍ସ ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୫୦୦ ଉଲକାପିଣ୍ଡ  ପୃଥିବୀକୁ ଧକ୍କା ଦେଇଥାଏ, କିନ୍ତୁ ସେଥିରୁ ୧୦ ରୁ କମ୍ ପ୍ରତିଶତ ସମୁଦ୍ରରେ ପଡ଼ିଥାଏ କିମ୍ବା ଦୁର୍ଗମ ଅଞ୍ଚଳରେ ଉଦ୍ଧାର କରାଯାଇଥାଏ ।

Subscribe

National International State Sports Entertainment