ନୂଆଦିଲ୍ଲୀ: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ରାଜବାଡ଼ିର ପାଙ୍ଗସା ଅଞ୍ଚଳରେ ଦାଦାବଟି ଆଦାୟ ଅଭିଯୋଗରେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି।
ପୋଲିସ କହିଛି ବୁଧବାର ଗାଁ ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ। ସୂଚନା ମିଳିବା ପରେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସମ୍ରାଟଙ୍କ ସହଯୋଗୀ ମହମ୍ମଦ ସଲିମଙ୍କୁ ଅଟକ ରଖିଛି ଏବଂ ଏକ ପିସ୍ତଲ ସମେତ ଅସ୍ତ୍ରଶସ୍ତ୍ର ଜବତ କରିଛି।
ପୋଲିସ ଚାଞ୍ଚଲ୍ୟକର ଦାବି
ପୋଲିସ ଅନୁଯାୟୀ, ଅମୃତ ମଣ୍ଡଳ ‘ସମ୍ରାଟ’ ବାହିନୀ ନାମକ ଏକ ସଂଗଠନ ଗଠନ କରି ଆଖପାଖ ଅଞ୍ଚଳରେ ଦାଦାବଟି ଆଦାୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ସେ ଆୱାମୀ ଲିଗ୍ ସରକାର ସମୟରେ ଭାରତ ପଳାଇ ଆସିଥିଲେ ଏବଂ ସମ୍ପ୍ରତି ବାଂଲାଦେଶ ଫେରି ଆସିଥିଲେ। ପୋଲିସ କହିଛି ଯେ ତାଙ୍କ ବିରୁଦ୍ଧରେ ହତ୍ୟା ସମେତ ଦୁଇଟି ମାମଲା ରୁଜୁ ହୋଇଛି। ସ୍ଥାନୀୟ ଲୋକମାନେ ପୋଲିସକୁ କହିଛନ୍ତି ଯେ ସମ୍ରାଟ ଏକ ଅପରାଧୀ ଗ୍ୟାଙ୍ଗ ଚଲାଇଥିଲେ। ଅମୃତ ମଣ୍ଡଳ ସେହି ଗ୍ରାମର ଥିଲେ ଯେଉଁଠାରେ ତାଙ୍କୁ ହତ୍ୟା କରାଯାଇଛି।
ଗାଁ ଲୋକେ କହିଛନ୍ତି, "ଅମୃତ ମଣ୍ଡଳ ହୁସୈନଦାଙ୍ଗାର ପୁରୁଣା ବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ଦାଦାବଟି ମାଗିଥିଲେ। କିନ୍ତୁ ଉକ୍ତ ପରିବାର ଲୋକେ ଟଙ୍କା ଦେବାକୁ ମନା କରିବାରୁ, ସମ୍ରାଟ ବାହିନୀର ଅନ୍ୟ ସଦସ୍ୟମାନେ ଡିସେମ୍ବର ୨୪ ତାରିଖରେ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ। ପରିବାର ସଦସ୍ୟମାନେ 'ଚୋର, ଚୋର' ବୋଲି ଚିତ୍କାର କରିବା ପରେ ଗାଁ ଲୋକେ ଏକାଠି ହୋଇ ସମ୍ରାଟଙ୍କୁ ମାଡ଼ ମାରିଥିଲେ। ତାଙ୍କର ଜଣେ ସାଥୀକୁ ଗିରଫ କରାଯାଇଥିଲା।
ପୋଲିସ୍ ଗୁରୁତର ଅବସ୍ଥାରେ ଅମୃତ ମଣ୍ଡଳଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଂଲାଦେଶରେ, ଦୀପୁ ଚନ୍ଦ୍ର ଦାସଙ୍କୁ ଏକ ଭିଡ଼ ଦ୍ୱାରା ପିଟି ପିଟି ହତ୍ୟା କରାଯାଇଥିଲା ଏବଂ ପରେ ତାଙ୍କ ଶରୀରରେ ନିଆଁ ଲଗାଇ ଦିଆଯାଇଥିଲା। ପ୍ରାରମ୍ଭରେ, କୁହାଯାଉଥିଲା ଯେ ତାଙ୍କୁ ମୁସଲିମ ଧର୍ମର ନିନ୍ଦା ଅଭିଯୋଗରେ ହତ୍ୟା କରାଯାଇଥିଲା, କିନ୍ତୁ ପରେ ପୋଲିସ ସ୍ପଷ୍ଟ କରିଥିଲା ଯେ ଦୀପୁ ଚନ୍ଦ୍ର ଦାସଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସେପରି କୌଣସି ପ୍ରମାଣ ପାଇଲେ ନାହିଁ। ଦୀପୁ ଦାସଙ୍କ ହତ୍ୟା ପରେ, ଭାରତ ସମେତ ଅନେକ ଦେଶରେ ୟୁନୁସ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରିଛନ୍ତି।
Also read: ଚିନ୍ତା ବଢ଼ାଇଲା ବାୟୁ ପ୍ରଦୂଷଣ; ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ଭିତରେ ରହିଛି ଓଡ଼ିଶାର ୩, ଦିଲ୍ଲୀକୁ ଟପିଲା ବାଲେଶ୍ୱର