ଲଣ୍ଡନରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ ମିଳିଛି। ବିମାନଟି ଅବତରଣ କରିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରୋଟୋକଲ ଅନୁଯାୟୀ ବିମାନକୁ ପୃଥକୀକରଣ କରିବା ସହ ସାମଗ୍ରୀ ଏବଂ ଯାତ୍ରୀମାନଙ୍କର ଯାଞ୍ଚ କରିଥିଲେ। ସନ୍ଧାନୀ କୁକୁର ସାହାଯ୍ୟରେ ଯାଞ୍ଚ ହୋଇଥିଲା।
ସୂଚନା ଅନୁସାରେ ଲଣ୍ଡନ ହିଥ୍ରୋରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ ଭରୁଥିବା ଏକ ବ୍ରିଟିଶ ଏୟାରୱେଜ୍ ବିଏ-୨୭୭ (BA-277) ଇମେଲ୍ ମାଧ୍ୟମରେ ବୋମା ଧମକ ପାଇଥିଲା। ପରେ ଏହାକୁ ସୁରକ୍ଷିତ ଭାବେ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଅବତରଣ କରାଯାଇଥିଲା। ଅବତରଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଏହାକୁ ଯାଞ୍ଚ କରିଥିଲେ। ଯାଞ୍ଚରେ ସନ୍ଧାନୀ କୁକୁର ସାମିଲ ହୋଇଥିଲା। ପରେ ବିମାନଟି ସୁରକ୍ଷିତ ଭାବେ ହିଥ୍ରୋକୁ ଉଡାଣ ଭରିଥିଲା।
ବିମାନ ବନ୍ଦର ଅଧିକାରୀମାନେ କହିଛନ୍ତି ଯେ ବିମାନ ଯାତ୍ରା ସମୟରେ ଏକ ଇମେଲ୍ ମାଧ୍ୟମରେ ହାଇଦ୍ରାବାଦ ବିମାନବନ୍ଦରକୁ ବୋମା ଧମକ ମିଳିଥିଲା। ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ୍ ପାଳନ କରିବା ପରେ, ମଙ୍ଗଳବାର ସକାଳେ ବିମାନଟି ସୁରକ୍ଷିତ ଭାବରେ ହାଇଦ୍ରାବାଦରେ ଅବତରଣ କରିଥିଲା, ଯାତ୍ରୀ ସୁରକ୍ଷାରେ କୌଣସି ବାଧା ସୃଷ୍ଟି ହୋଇନାହିଁ ବୋଲି ବିମାନବନ୍ଦର ଅଧିକାରୀମାନେ କହିଛନ୍ତି। ଏହି ମାସ ଆରମ୍ଭରେ, ମଦିନାରୁ ହାଇଦ୍ରାବାଦ ଏବଂ ସାରଜାହାରୁ ହାଇଦ୍ରାବାଦକୁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନକୁ ମଧ୍ୟ ଦୁଇଟି ସମାନ ଇମେଲ୍ ଆସିଥିଲା। ମଦିନା-ହାଇଦ୍ରାବାଦ ବିମାନକୁ ଅହମ୍ମଦାବାଦ ବିମାନବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା।
ଅଧିକ ପଢନ୍ତୁ: ଓଡ଼ିଶାରେ ୪୯ଟି ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ; ଜାନୁଆରୀ ୩ରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ