ମହାକାଶରେ ହେବ ବାହାଘର :ମହାକାଶରେ ରହି ପୃଥିବୀର ସୌନ୍ଦର୍ଯ୍ୟ ଉପଭୋଗ କରିବେ ବରକନ୍ୟା
Khabar Odisha:Space-Wedding-You-Can-Now-Get-Married-In-Space
ଖବର ଓଡିଶା : 23/05/2023:

ନିଜ ବିବାହକୁ ନିଆରା ଆଉ ସ୍ମରଣୀୟ କରିବାକୁ ତ ସମସ୍ତେ ଚାହାନ୍ତି । ସେଥିପାଇଁ କିଛି ଲୋକ ନିଆରା ଢଙ୍ଗରେ ତଥା ଭିନ୍ନ ସ୍ଥାନରେ ବିବାହ କରିବାକୁ ପସନ୍ଦ କରନ୍ତି । ଏବେ ଡେଷ୍ଟିନେସନ୍ ଓ୍ୱେଡିଙ୍ଗ୍ ପରେ ଆଉ ଏକ ନୂଆ ଧାରା ଆରମ୍ଭ ହେବାକୁ ଯାଉଛି । ଯାହାର ନାଁ ହେଲା ‘ସ୍ପେସ୍ ଓ୍ୱେଡିଂ’ ବା ମହାକାଶରେ ବିବାହ । ବିବାହକୁ ଅଧିକ ସ୍ମରଣୀୟ କରିବା ପାଇଁ  ଏବେ ଲୋକଙ୍କ ପାଇଁ ମହାକାଶରେ ବିବାହ କରିବାର ଅପୂର୍ବ ସୁଯୋଗ ଆଣିଛି ଆମେରିକାର “ସ୍ପେସ୍ ପର୍ସପେକ୍ଟିଭ୍’ ନାମକ ଏକ କମ୍ପାନୀ । ଏହାଦ୍ଵାରା ବର ଓ କନ୍ୟା ଭିନ୍ନ ଏକ ପରିବେଶରେ ପୃଥିବୀଠାରୁ ଲକ୍ଷେ ଫୁଟ ଉଚ୍ଚରେ ରହି ବିବାହ ବନ୍ଧନରେ ଆବଦ୍ଧ ହେବେ । ଏହି କମ୍ପାନି ପ୍ରଥମ ଥର ପାଇଁ ଲୋକଙ୍କୁ ଏଭଳି ଏକ ନିଆରା ସୁବିଧା ଯୋଗାଇ ଭିନ୍ନଧରଣର ଅନୁଭୂତି ପ୍ରଦାନ କରିବ ।

ସେହିପରି ମହାକାଶରେ ବାହାଘରକୁ ନେଇ ଲୋକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ଏହି କମ୍ପାନିର ପ୍ରତିଷ୍ଠାତା ଜାନେ ପୋଣ୍ଠର କହିଛନ୍ତି କି, ମହାକାଶରେ ବିବାହ ପାଇଁ ଅନେକ ଲୋକ ଆଗ୍ରହୀ ଅଛନ୍ତି । ତେବେ କେଉଁ ଯୋଡ଼ି ପ୍ରଥମେ ବିବାହ କରିବେ, ତାହା ଏଯାଏଁ ସ୍ଥିର ହୋଇ ନାହିଁ। ନେପଟୁନ୍ କ୍ୟାପ୍ସୁଲରେ ବସି ବର, କନ୍ୟା ମହାକାଶକୁ ଯିବେ। ଆଉ ସେମାନେ ମହାକାଶରେ ରହି ପୃଥିବୀର ସୌନ୍ଦର୍ଯ୍ୟ ମଧ୍ୟ ଉପଭୋଗ କରିପାରିବେ ।ଏହି ସ୍ପେସ୍ ବେଲୁନ ହାଇଡ୍ରୋଜେନ୍ ଗ୍ୟାସରେ ସଂଚାଳିତ ହେବ । ଏବଂ ଏହି କ୍ୟାପସୁଲ ଘଣ୍ଟା ପ୍ରତି ୧୨ ମାଇଲ ବାଟ ଅତିକ୍ରମ କରିବ । ସେହିପରି ଏହା ୧୯ କିଲୋମିଟର ପ୍ରତି ଘଣ୍ଟା ବେଗରେ ଉପରକୁ ଉଠିବ । ଅବଶ୍ୟ ଏହି ଯାତ୍ରା ପାଇଁ ଜଣକ ପିଛା କୋଟିଏ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଆଉ ଏଥିରେ ଥରକରେ ପାଇଲଟଙ୍କ ସହ ଆଠଜଣ ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ ବରକନ୍ୟାଙ୍କ ପାଇଁ କକ୍ଟେଲ, ସାଉଣ୍ଡଟ୍ରାକ୍ ଲାଇଟିଂ, ଓ୍ୱାଇଫାଇ, ଟଏଲେଟ୍ ସୁବିଧା ସହିତ ଫ୍ଲୋଟିଙ୍ଗ୍ ଲାଉଞ୍ଜର ସୁବିଧା ମଧ୍ୟ ଅଛି । ୨୦୨୪ରେ ଏହା ଲଞ୍ଚ୍ ହେବାକୁ ଥିବା ବେଳେ ଏବେ ସୁଦ୍ଧା ୧୦୦୦ ଟିକଟ ବିକ୍ରି ହୋଇସାରିଲାଣି । ଜଣ ପିଛା ଏକ କୋଟି ତାଙ୍କ ଖର୍ଚ୍ଚ ହେବ ଏହା ଛଡ଼ା କେବଳ ଶାରୀରିକ ଭାବେ ଫିଟ୍ ଥିବା ଲୋକେ ଏହି ଯାତ୍ରା ପାଇଁ ବୁକିଂ କରିପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏହି ଯାତ୍ରା ସୁରକ୍ଷିତ ହେବା ସହ ଲୋକଙ୍କ ପାଇଁ ବେଶ୍ ଆରାମଦାୟକ ରହିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି । 

Subscribe

National International State Sports Entertainment