ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର । ବଞ୍ଚିଲେ ୬ ଯାତ୍ରୀ । ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଗତ ବୁଧବାର ନରୱେରେ ଘଟିଛି ଏକ ଅଭାବନୀୟ ଘଟଣା । ନରୱେରେ ଗୋଟେ ହେଲିକପ୍ଟର କ୍ରାସ ହୋଇଯାଉଛି । କ୍ରାସ ହେବା ପରେ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ସହ ମଧ୍ୟ ହେଲିକପ୍ଟରର ଯୋଗାଯୋଗ ହୋଇପାରିନଥିଲା । ହେଲିକପ୍ଟରଟି ସମୁଦ୍ରରେ ପଡିବା ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକ, ତୁରନ୍ତ ଉଦ୍ଧାରକାରୀ ଟିମ୍କୁ ଖବର ଦେଇଥିଲେ । ଖବର ପାଇ, ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କ ଚିକିତ୍ସା ପାଇ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
ଆଗକୁ ପଢ଼ନ୍ତୁ : ଟେକ୍ସାସ୍ ଜଙ୍ଗଲରେ ଅଗ୍ନିକାଣ୍ଡ