ହୁତୁହୁତୁ ହୋଇ ଜଳିଲା ଟେକ୍ସାସ୍ ଜଙ୍ଗଲ । ନିଆଁ ପ୍ରଭାବରେ ଏକର ଏକର ଜଙ୍ଗଲ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ, ଗତ ସୋମବାର ଆମେରିକାର ଟେକ୍ସାସ୍ ଜଙ୍ଗଲରେ ନିଆଁ ଲାଗିଥିଲା । ନିଆଁ ଧୀରେ ଧୀରେ ଅଗ୍ନିକାଣ୍ଡର ରୂପ ନେଇଯାଇଥିଲା । ନିଆଁର ଭୟରେ ଜଙ୍ଗଲର ଆଖପାଖ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଯାଇଛି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବା ପାଇଁ ସୂଚନା ଦିଆଯାଇଛି । ସୋମବାରରେ ଲାଗିଥିବା ନିଆଁ ମଙ୍ଗଳବାର ତାର ପ୍ରକୋପ ବିସ୍ତାର କରିଥିଲା । ନିଆଁର ପ୍ରଭାବରେ ତାପମାତ୍ରା ବଢିବ ବୋଲି ସୂଚନା ମିଳିଛି ।
ନିଆଁ ପ୍ରଭାବରେ ଜଙ୍ଗଲ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ବର୍ତ୍ତମାନ ନିଆଁ ଭୟଙ୍କର ରୂପ ଧାରଣ କରି ଜନବସତି ଆଡକୁ ମାଡ଼ିବାରେ ଲାଗିଛି । ଜଙ୍ଗଲର ପାର୍ଶ୍ଵବର୍ତ୍ତୀ ଗାଁ ଗୁଡିକର ଘରଦ୍ୱାର ମଧ୍ୟ ପୋଡି ଯାଇଛି । ସେଥିପାଇଁ ଉକ୍ତ ଅଞ୍ଚଳରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଜଙ୍ଗଲରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଟିମ ନିୟୋଜିତ ହୋଇଛନ୍ତି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ନିଜ କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରୁନାହାନ୍ତି ।
ଆଗକୁ ପଢ଼ନ୍ତୁ : ନ୍ୟୁୟର୍କ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ