ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ ହିଂସା ଜାରି ରହିଛି। ଦେଶରେ ବିଦ୍ରୋହ ଆରମ୍ଭ ହେବା ପରଠାରୁ ଶେଖ୍ ହସିନା ଭାରତରେ ଅଛନ୍ତି। ଅନ୍ତରୀଣ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସ୍ ଗଣହତ୍ୟା ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଥିବା ଶେଖ୍ ହସିନା ଅଭିଯୋଗ ଆଣିଛନ୍ତି। ବାଂଲାଦେଶରେ ଘଟୁଥିବା ଗଣହତ୍ୟା ପାଇଁ ମହମ୍ମଦ ୟୁନୁସ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି।
ନ୍ୟୁୟର୍କରେ ଏକ ଆୱାମୀ ଲିଗ୍ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରି ହସିନା ମନ୍ଦିର, ଚର୍ଚ୍ଚ ଏବଂ ଧାର୍ମିକ ସଂଗଠନ ଇସ୍କନ ଉପରେ କ୍ରମାଗତ ଆକ୍ରମଣ ପାଇଁ ୟୁନୁସଙ୍କୁ ସମାଲୋଚନା କରିଛନ୍ତି। ଶେଖ ହସିନା କହିଛନ୍ତି, ମୋ ଉପରେ ଗଣହତ୍ୟା ଅଭିଯୋଗ ଆସିଛି। କିନ୍ତୁ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛନ୍ତି ମହମ୍ମଦ ୟୁନୁସ୍।
ଶେଖ୍ ହସିନା କହିଛନ୍ତି ଯେ ଆଜି ଶିକ୍ଷକ, ପୁଲିସ, ରାଜନେତା ସମସ୍ତଙ୍କ ଉପରେ ଆକ୍ରମଣ ହେଉଛି। ହିନ୍ଦୁ, ବୌଦ୍ଧ ଓ ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରାଯାଉଛି। ୧୧ଟି ଚର୍ଚ୍ଚ ଓ ଅନେକ ମନ୍ଦିର ଉପରେ ଆକ୍ରମଣ ହୋଇଛି। ଇସ୍କନ ଉପରେ ଆକ୍ରମଣ ହୋଇଥିଲା। ଏବେ ବାଂଲାଦେଶରେ ସଂଖ୍ୟାଲଘୁଙ୍କୁ କାହିଁକି ଟାର୍ଗେଟ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଅଧିକ ପଢ଼ନ୍ତୁ: ମହିଳା କଏଦୀଙ୍କୁ ୬ ମାସର ଜାମିନ ଦେଲେ ବମ୍ବେ ହାଇକୋର୍ଟ