ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ସାରା ବିଶ୍ୱରୁ ଆସୁଛି ଶୋକର ବାର୍ତ୍ତା। ଏହି କ୍ରମରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଓ ବ୍ରିଟେନ ରାଷ୍ଟ୍ରପତି ଋଷି ସୁନକ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କର ଶୋକବାର୍ତ୍ତା ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି । ‘ଏହି ଦୁର୍ଘଟଣାରେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ଦୁଃଖରେ ଆମେ ଅଂଶୀଦାର ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ’ ବୋଲି ଶୋକବାର୍ତ୍ତାରେ ପୁଟିନ ଉଲ୍ଲେଖ କରିଛନ୍ତି ।
ଗତକାଲି ସନ୍ଧ୍ୟାରେ ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏକ ମାଲଗାଡିକୁ ଧକ୍କାଦେବା ଫଳରେ ଏକ୍ସପ୍ରେସ ଟ୍ରେନର କିଛି ବଗି ଦୁର୍ଘଟଣାରେ ଶିକାର ହୋଇଥିଲା । ଏଥିରେ ଏପର୍ଯ୍ୟନ୍ତ ୨୬୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଶହ ଶହ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଂଚି ଘଟଣାର ତଦାରଖ କରିଛନ୍ତି ।