ଭୁବନେଶ୍ୱର: ରୁଷିଆ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଇ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୮୦ ତମ ବିଜୟ ଦିବସ ଅବସରରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛି । ଏହି ଦିନ ରୁଷିଆ ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ଉପରେ ବିଜୟଲାଭ କରିଥିଲା । ଏହି ଦିବସର ସ୍ମୃତିଚାରଣ ନିମନ୍ତେ ରୁଷିଆ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବେଳେ ଭାରତକୁ ଏଥିରେ ସାମିଲ ହେବାକୁ ନେଇ ନିମନ୍ତ୍ରଣ କରାଯାଇଥିବା ରୁଷୀୟ ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରେ ରୁଡ଼େନକୋ ସୂଚନା ଦେଇଛନ୍ତି ।
ରୁଷିଆ ନିଜର କେତେକ ମିତ୍ର ରାଷ୍ଟ୍ର ମାନଙ୍କୁ ଅନୁଷ୍ଠିତ ହେବାକୁ ଥିବା ଏହି ୮୦ ତମ ବିଜୟ ଦିବସର ପ୍ୟାରେଡ଼ ଉପଲକ୍ଷେ ନିମନ୍ତ୍ରଣ କରିଛି । ସବୁ ମିତ୍ର ରାଷ୍ଟ୍ରଙ୍କୁ ନିମନ୍ତ୍ରଣ ପଠାଇ ସାରିଥିବାବେଳେ ଅତିଥି ମାନଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।
ରୁଷିଆ ନିଜର କେତେକ ମିତ୍ର ରାଷ୍ଟ୍ର ମାନଙ୍କୁ ମଇ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୮୦ ତମ ବିଜୟ ଦିବସର ପ୍ୟାରେଡ଼ ଉପଲକ୍ଷେ ନିମନ୍ତ୍ରଣ କରିଛି । ଏହି ଦିନ ଦ୍ଵିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ରୁଷିଆ ନିକଟରେ ନିସର୍ତ୍ତ ଆତ୍ମସମର୍ପଣ କରିଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୨୦୨୪ ମସିହାରେ ବିଗତ ୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରୁଷିଆ ଗସ୍ତରେ ଯାଇଥିଲେ । ରୁଷିଆର ଭ୍ଲାଡିଭୋକ ସହରରେ ଏକ ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ସେ ୨୦୧୯ ମସିହାରେ ପୂର୍ବୀୟ ରୁଷିଆ ଗସ୍ତରେ ଯାଇଥିଲେ । ୨୦୨୪ ର ଗସ୍ତରେ ପ୍ରଧାନମନ୍ତ୍ରୀ ଭ୍ଲାଦିମିର ପୁଟିନଙ୍କୁ ଭାରତକୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ପୁଟିନ ଏହାକୁ ସ୍ୱୀକାର କରିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଗସ୍ତକୁ ନେଇ କୌଣସି ସୂଚନା ଜାରି କରାଯାଇନାହିଁ । ତେବେ ଦୁଇ ଦେଶର ପ୍ରମୁଖ ନେତା ନିରନ୍ତର ଅନ୍ତରାଳରେ ପରସ୍ପର ସହିତ ଯୋଗାଯୋଗ କରନ୍ତି ଏବଂ ବିଶ୍ୱରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଉପରେ ବିଚାରବିମର୍ଶ କରନ୍ତି ।
୧୯୪୫ ମସିହାରେ ଜର୍ମାନୀ ବିରୁଦ୍ଧରେ ସୋଭିଏତ ସଙ୍ଘ ଯୁଦ୍ଧ ଘୋଷଣା କରିଥିଲା । ପରିଶେଷରେ ମେ ୯ ତାରିଖରେ ଜର୍ମାନୀ ନିସର୍ତ୍ତମୂଳକ ଭାବେ ଆତ୍ମସମର୍ପଣ କରିଥିଲେ । ଏହାଫଳରେ ଦୀର୍ଘ ଦିନର ଯୁଦ୍ଧ ସମାପ୍ତ ହୋଇଥିଲା ।