ଭୟଙ୍କର ଭୂମିକମ୍ପରେ ଥରିଲା ପାପୁଆ ନ୍ୟୁ ଗିନି। ତେବେ ଆଜି ସକାଳୁ ସକାଳୁ ଏହି ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ଼ କରାଯାଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ୍ କହିବା ମୁତାବକ ଏହି ଭୂମିକମ୍ପର ତୀବ୍ରତା ଅଧିକ ଥିଲେ ମଧ୍ୟ ଏଥିରେ କୌଣସି ଧନଜୀବନ ହାନି ହୋଇନାହିଁ।
ସୂଚନା ଅନୁସାରେ , ଆଜି ସକାଳୁ ସକାଳୁ ପାପୁଆ ନ୍ୟୁ ଗିନିରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ୍ କହିବା ମୁତାବକ ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ଼ ହୋଇଛି। ତେବେ ଇଣ୍ଡୋନେସିଆ ନିକଟବର୍ତ୍ତୀ ଏବଂ ପ୍ରଶାନ୍ତ ମହାସାଗର ସ୍ଥିତ ଏକ ଦ୍ୱୀପ ପାପୁଆ ନ୍ୟୁ ଗିନିରେ ଭୂମିକମ୍ପର ଗଭୀରତା ୩୫ କିମି ରେକର୍ଡ଼ କରାଯାଇଛି। ତେବେ ଏହି ଭୂମିକମ୍ପରେ କୌଣସି ଧନଜୀବନ ହାନି ହୋଇନାହିଁ। ତେବେ ଭୂମିକମ୍ପର ଅତ୍ୟଧିକ ତୀବ୍ରତା ଦେଖି ଲୋକମାନେ ଭୟଭୀତ ହୋଇପଡିଥିଲେ କିନ୍ତୁ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରିତ ଥିବା ସୂଚନା ମିଳିଛି।