ଗତ ଫେବୃଆରୀ ୧୬ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ତାଙ୍କ ସରକାରଙ୍କ ବିରୋଧରେ ସ୍ୱର ଉଠାଇ ଚର୍ଚ୍ଚାକୁ ଆସିଥିବା ତଥା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ସମାଲୋଚକ ତଥା ଋଷର ବିରୋଧୀ ଦଳ ନେତା ଆଲେକ୍ସି ନଭଲ୍ନିଙ୍କ ମୃତ୍ୟୁ ଘଟିଛି। ଆର୍ଟିକ୍ ସର୍କଲ୍ର ଉତ୍ତର ପ୍ରାନ୍ତରେ ଥିବା ରୁଷୀ ପେନାଲ୍ କଲୋନିରେ ଘଟିଥିବା ନାଭାଲ୍ନିଙ୍କ ମୃତ୍ୟୁ ସମ୍ବନ୍ଧରେ ହ୍ବାଇଟ୍ ହାଉସ୍ ଅଧିକ ସୂଚନା ଖୋଜୁଛି। କିଛି ମାସ ପୂର୍ବେ ନାଭାଲ୍ନିଙ୍କୁ ସେଠାକୁ ପଠାଯାଇଥିଲା। ଏହି ଜେଲ ଋଷରୁ ସବୁଠୁ ବିପଦପୂର୍ଣ୍ଣ ଜେଲ ବୋଲି କୁହାଯାଏ। କାରଣ ଏଠାରେ ସବୁଠୁ ଅଧିକ ଥଣ୍ଡା ପଡିଥାଏ ।
ଡିସେମ୍ବର ମାସରୁ ଆର୍କାଟିକ ଜେଲରେ କଏଦୀ ଜୀବନ ବିତାଉଥିବା ନଭଲ୍ନି ଗତ ଶୁକ୍ରବାର ଜେଲ ପରିସରରେ ବୁଲୁଥିବା ସମୟରେ ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ। ନଭଲ୍ନିଙ୍କ ମୃତ୍ୟୁ ପାଇଁ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଦାୟୀ କରିଛନ୍ତି ନଭଲ୍ନିଙ୍କ ସମର୍ଥକଙ୍କ ସମେତ ଅନେକ ନେତା । ପୂର୍ବରୁ ନଭଲ୍ନିଙ୍କୁ ଜେଲ ଭିତରେ ହତ୍ୟା ଉଦ୍ୟମ କରାଯାଉଥିବା ନେଇ ଅନେକ ଥର ଖବର ସାମ୍ନାକୁ ଆସିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ଏହାର ସତ୍ୟାସତ୍ୟ ଜଣାପଡିନାହିଁ । ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଉଥିବା ଖବରକୁ ଖଣ୍ଡନ କରିବା ସହ ଏହାକୁ ଗୁଜବ କହିଥିଲେ ପୁଟିନ ସରକାର ।
ଋଷର ପ୍ରମୁଖ ବିରୋଧୀ ନେତା ଭାବେ ବେଶ ଜଣାଶୁଣା ଥିଲେ ନଭଲ୍ନି । ତାଙ୍କ ନେତୃତ୍ୱରେ ମକ୍ସୋରେ ସରକାର ବିରୋଧୀ ଆନ୍ଦୋଳନ ହୋଇଥିଲା । ଯାହାପରେ ତାଙ୍କୁ ଏକାଧିକ ଥର ଗିରଫ କରାଯାଇଥିଲା ।୨୦୨୩ରେ ନଭଲ୍ନିଙ୍କୁ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ୧୯ ବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଥିଲା। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ତାଙ୍କ ସରକାରଙ୍କ ବିରୋଧରେ ସ୍ୱର ଉଠାଇ ଚର୍ଚ୍ଚାକୁ ଆସିଥିଲେ ନଭଲ୍ନି । ୨୦୧୩ରେ ସେ ମସ୍କୋର ମେୟର ପଦ ପାଇଁ ଛିଡା ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ପରେ ସେ ୨୦୧୮ରେ ରାଷ୍ଟ୍ରପତି ପଦରେ ନିର୍ବାଚନ ଲଢିବା ପାଇଁ ଉଦ୍ୟମ କରିଥିଲେ। ହେଲେ ତାଙ୍କ ବିରୋଧରେ ଅପରାଧିକ ମାମଲା କାରଣରୁ ତାଙ୍କ ପ୍ରାର୍ଥୀତ୍ୱ ରଦ୍ଦ କରାଯାଇଥିଲା। ୨୦୧୯ ଅକ୍ଟୋବରରେ ତାଙ୍କ ସଂଗଠନ ଆଣ୍ଟି କରପ୍ସନ ଫାଉଣ୍ଡେସନକୁ ବିଦେଶୀ ଏଜେଣ୍ଟ ଘୋଷଣା କରାଯାଇଥିଲା । ୨୦୨୦ ଜୁଲାଇରେ ତାଙ୍କ ସଂଗଠନକୁ ବ୍ୟାନ ଘୋଷଣା କରାଯାଇଥିଲା।
ନଭଲ୍ନିଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ପୁଟିନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଅନେକ ପ୍ରମୁଖ ବିଶ୍ୱନେତା ସହ ନଭଲ୍ନିଙ୍କ ସମର୍ଥକମାନେ ତାଙ୍କ ମୃତ୍ୟୁ ପାଇଁ ପୁଟିନଙ୍କୁ ଦାୟୀ କରିଛନ୍ତି। ସେହିଭଳି ଆମେରିକା ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ହ୍ବାଇଟ୍ ହାଉସ୍ରେ ରୁଷର୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ବିଷୟରେ କହିବା ବେଳେ ସେ କହିଛନ୍ତି, ପୁଟିନ୍ ସରକାର କରୁଥିବା ଦୁର୍ନୀତି, ହିଂସା ଓ ସମସ୍ତ କୁକର୍ମ ସବୁକୁ ନଭଲ୍ନି ସାହସର ସହିତ ବିରୋଧ କରୁଥିଲେ। ନଭଲ୍ନିଙ୍କ ମୃତ୍ୟୁ ପାଇଁ ପୁଟିନ୍ ଦାୟୀ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, "କ’ଣ ଘଟିଛି ତାହା ୱାଶିଂଟନ୍ ଜାଣିନାହିଁ, କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ନଭଲ୍ନିଙ୍କ ମୃତ୍ୟୁ ପଛରେ ପୁଟିନ ଏବଂ ତାଙ୍କ ଟିମର ସମ୍ପୃକ୍ତି ରହିଛି ।"
ଅଧିକ ପଢନ୍ତୁ:ପ୍ରତ୍ୟେକ ଦିନ ଅପରାହ୍ଣରେ ଘଣ୍ଟାଏ ବିଶ୍ରାମ ନେବେ ରାମଲାଲା