ନୂଆଦିଲ୍ଲୀ, ଅଗଷ୍ଟ ୧୦ (ଖବର ଓଡ଼ିଶା): ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟରର ସେବା ମଙ୍ଗଳବାର ବିଳମ୍ବିତ ରାତିରେ ବାଧିତ ହୋଇଛି । ସୂଚନା ଅନୁସାରେ ବିଶ୍ୱବ୍ୟାପୀ ୟୁଜର ଏହି ସମୟରେ ଚିନ୍ତିତ ହୋଇପଡ଼ିଥିଲେ । ମାତ୍ର କିଛି ଘଣ୍ଟା ପରେ ଟୁଇଟରର ସେବା ପୁଣି ଥରେ ପୂର୍ବ ଭଳି ଚାଲିଥିଲା ।
ଟୁଇଟରର ସେବା ବାଧିତ ହେବା ସମୟରେ ୟୁଜରଙ୍କୁ ୱେବସାଇଟ୍ ଅଥବା ମୋବାଇଲ ଆପ୍ଲିକେଶନରେ ଟୁଇଟର ଏକ୍ସେସ କରିବାରେ ଅସୁବିଧା ହୋଇଥିଲା । ମାତ୍ର ଏସଂପର୍କରେ ଟୁଇଟର ପକ୍ଷରୁ କୁହାଯାଇଛି ଯେ, ଆପଣ ଅସୁବିଧାର ସାମ୍ନା କରିଥାଇ ପାରନ୍ତି । କାରଣ ଟୁଇଟର ଲୋଡ ହୋଇପାରୁ ନାହିଁ । କିନ୍ତୁ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ । ଟୁଇଟର ଏହା କହିବା ସହିତ ସମସ୍ୟାର ସମାଧାନ ମଧ୍ୟ କିଛି ଘଣ୍ଟା ମଧ୍ୟରେ କରିଥିଲା ।
ନିକଟରେ ଟୁଇଟରର ସେବା ଆମେରିକା ଓ ୟୁରୋପରେ ପ୍ରଭାବିତ ହୋଇଥିଲା । ଏହା ସହିତ ଭାରତରେ ମଧ୍ୟ କିଛି ସହରରେ ଟୁଇଟର ସାଇଟ ବାଧିତ ହୋଇଥିଲା । ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ଅନ୍ୟ ବଡ଼ ସହରରେ ୟୁଜରମାନେ ଏହି ଅସୁବିଧାର ସାମ୍ନା କରିଥିଲେ ।