ନୂଆଦିଲ୍ଲୀ: ମୁସଲିମ ଦେଶଗୁଡିକର ସବୁଠୁ ବଡ ସଂଗଠନ ଅର୍ଗାନାଇଜେସନ ଅଫ ଇସଲାମିକ କୋପୋରେସନ ଅର୍ଥାତ ଓଆଇସି ଜମ୍ମୁ-କାଶ୍ମୀରର ନାଁ ନେଇ ପୁଣି ଥରେ ସୀମା ଲଙ୍ଘିଛନ୍ତି । ଓଆଇସି ନିଜର ସଦ୍ୟତମ ବୟାନରେ କାଶ୍ମୀରରେ ଜନମତ ସଂଗ୍ରହ ଦାବି କରିବା ସହ କହିଛି ଯେ, କାଶ୍ମୀରବାସୀଙ୍କ ଆତ୍ମନିର୍ଣ୍ଣୟର ଅଧିକାରକୁ ସଂଗଠନ ସମର୍ଥନ କରୁଛି । ଉଲ୍ଲେଖନୀୟ ଭାରତ ଅନେକ ଥର ସ୍ପଷ୍ଟ କରି ସାରିଛି ଯେ, ମୁସଲିମ ସଂଗଠନକୁ ଭାରତର ଆଭ୍ୟନ୍ତରୀନ ମାମଲାରେ କହିବାର କୌଣସି ଅଧିକାର ନାହିଁ ।
ଓଆଇସି ୫୭ ମୁସଲିମ ଦେଶର ଏକ ବଡ ସଂଗଠନ । ଏହି ସଂଗଠନ ମୁସଲିମ ଜଗତର ସାମୂହିକ ସ୍ୱର ଭାବେ କାମ କରିଥାଏ । ଓଆଇସି ୨୦୨୬ ଜାନୁଆରୀ ୮ରେ ଏକସ୍ରେ ନିଜର ବୟାନ ଜାରି କରି ଲେଖିିଛି ଯେ, ଓଆଇସି ଜମ୍ମୁ-କାଶ୍ମୀରବାସୀଙ୍କ ଆତ୍ମନିର୍ଣ୍ଣୟର ଅଧିକାରକୁ ସମର୍ଥନ କରିଥାଏ । ଜେନେରାଲ ସେକ୍ରେଟେରିଆଟ ୧୯୪୯ ଜାନୁଆରୀ ୫ରେ ଭାରତ ଓ ପାକିସ୍ତାନ ଉପରେ ମିଳିତ ଜାତିସଂଘ ଆୟୋଗ ଦ୍ୱାରା ଆପଣା ଯାଇଥିବା ପ୍ରସ୍ତାବକୁ ମନେ ପକାଇ ଦେଉଛି ।
ଓଆଇସି ନିଜର ବୟାନରେ ମିଳିତ ଜାତିସଂଘକୁ ମଧ୍ୟ ଅପିଲ୍ କରିଛି । ଏଥିରେ କୁହାଯାଇଛି ଯେ, ଜେନେରାଲ ସେକ୍ରେଟେରିଆଟ ଅନ୍ତର୍ଜାତୀୟ ସମୁଦାୟ ବିଶେଷ କରି ମିଳିତ ଜାତିସଂଘକୁ ଭରସା କରୁଛି । ଜମ୍ମୁ-କାଶ୍ମୀର ସଂପର୍କିତ ପ୍ରସ୍ତାବକୁ ଲାଗୁ କରାଯାଉ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ପ୍ରସ୍ତାବ ମୁତାବକ ଜମ୍ମୁ-କାଶ୍ମୀର ବିବାଦର ସମାଧାନ କରନ୍ତୁ । ତେବେ ଓଆଇସିର ଏମିତି ବୟାନ ଉପରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି ।
Also read: ଦୂରସଂଚାର ବିଭାଗ ସହିତ ଏକ ମିଳିତ ଟାସ୍କ ଫୋର୍ସ ଗଠନ କରାଯାଇଛି: ଗଡକରୀ