ପାକିସ୍ତାନ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପିଏମଏଲ-ଏନର ନେତ୍ରୀ ଭାବେ ମରିୟମ ନୱାଜ ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ପଞ୍ଜାବର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ମରିୟମ ନୱାଜ ସୃଷ୍ଟି କରିଛନ୍ତି ଇତିହାସ।
ସୂଚନାଯୋଗ୍ୟ ଯେ, ଫେବୃଆରୀ ୮ରେ ପାକିସ୍ତାନରେ ସଂସଦ ଏବଂ ପ୍ରାଦେଶିକ ନିର୍ବାଚନ ପାଇଁ ଭୋଟ ଦିଆଯାଇଥିଲା।ତେବେ ଏଥିରେ ମରିୟମ ନୱାଜ ୨୨୦ ଭୋଟ ପାଇ ସୁନ୍ନି ଇଟେହାଦ ପରିଷଦ ପ୍ରାର୍ଥୀ ରାଣା ଆଫତାବ ଅହମ୍ମଦଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି।
PML-N କେନ୍ଦ୍ରରେ ଏକ ମିଳିତ ସରକାର ଗଠନ କରୁଛି । ପଞ୍ଜାବ ପ୍ରଦେଶରେ ମରିୟମ ନୱାଜ ଶପଥ ଗ୍ରହଣ କରିବେ। ଏହା ସହିତ ମରିୟମ ମଧ୍ୟ ଦେଶର ପ୍ରଥମ ମହିଳା ନେତା ହେବାର ମୁଖ୍ୟତା ହାସଲ କରିବେ। ୫୦ ବର୍ଷୀୟା ମରିୟମ ମଧ୍ୟ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଦଳର ବରିଷ୍ଠ ଉପାଧ୍ୟକ୍ଷ ଅଟନ୍ତି।
ଅଧିକ ପଢନ୍ତୁ: ପରଲୋକରେ ପଙ୍କଜ ଉଧାସ