ଅଙ୍କାରା: ତୁର୍କିର ରାଜଧାନୀ ଅଙ୍କାରାରେ ଏକ ବଡ଼ଧରଣଣ ଆତଙ୍କବାଦୀ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। ତୁର୍କିର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଯେ ତୁର୍କି ଏରୋସ୍ପେସ୍ ଏବଂ ପ୍ରତିରକ୍ଷା କମ୍ପାନୀ ତୁସାସର କମ୍ପାଉଣ୍ଡ ଉପରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ତେବେ ରାଜଧାନୀ ଉପକଣ୍ଠରେ ଅବସ୍ଥିତ ତୁର୍କିଏ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଅଲ୍ଲୀ ୟେର୍ଲିକାୟା ବିଶେଷ ସୂଚନା ଦେଇନଥିଲେ।
ଟୁର୍କିଏ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ଆଙ୍କାରା କହରମନକାଜାନ୍ କାରଖାନା ଉପରେ ଆତଙ୍କବାଦୀ ଆକ୍ରମଣ କରାଯାଇଛି ବୋଲି ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।
ସ୍ଥାନୀୟ ମେୟର ଏକ ସ୍ଥାନୀୟ ଟିଭିକୁ କହିଛନ୍ତି ଯେ ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ତେବେ ଏହି ଘଟଣାର ଅନେକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଆକ୍ରମଣକାରୀମାନେ ଗୁଳି ଚଳାଇଥିବାର ଦେଖିବାକୁ ମିଳୁଛି।
ଗୁଳିବିନିମୟ ପରେ ଟୁସାସ୍ କାରଖାନାରେ ଜୋରଦାର ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସିକ୍ୟୁରିଟି ଫୁଟେଜରେ ଦେଖିବାକୁ ମିଳିଛି ଯେ ସୁରକ୍ଷାକର୍ମୀମାନେ ସିଫ୍ଟ ବଦଳାଉଥିବା ବେଳେ ଆକ୍ରମଣକାରୀମାନେ ଏକ ଟ୍ୟାକ୍ସିରେ କ୍ୟାମ୍ପସ ଭିତରକୁ ପ୍ରବେଶ କରୁଛନ୍ତି।
ଅଧିକ ପଢ଼ନ୍ତୁ: ବାଂଲାଦେଶ ରାଷ୍ଟ୍ରପତି ଭବନ ଘେରାଉ କଲେ ବିକ୍ଷୋଭକାରୀ