ତେହରାନ: ଇସ୍ରାଏଲ ଆକ୍ରମଣ ସମ୍ପର୍କରେ ଇରାନ କହିଛି ଯେ କେତେକ ସ୍ଥାନରେ ସୀମିତ କ୍ଷୟକ୍ଷତି ହୋଇଛି। ଏବେ ବି ତଦନ୍ତ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ତେହେରାନ, ଖୁଜେସ୍ତାନ ଓ ଇଲାମ ପ୍ରଦେଶରେ ଥିବା ସାମରିକ ଟାର୍ଗେଟକୁ ଟାର୍ଗେଟ କରି ଇସ୍ରାଏଲର ଆକ୍ରମଣକୁ ଇରାନ ନିଶ୍ଚିତ କରିଛି। ଏହି ଆକ୍ରମଣକୁ ସଫଳତାର ସହ ବିଫଳ କରାଯାଇଛି ବୋଲି ଇରାନ କହିଛି।
ଅନ୍ୟପଟରେ ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏକ୍ସ ଉପରେ ଏକ ବିବୃତି ଜାରି କରିଛି। ଆମ ବିମାନ ସୁରକ୍ଷିତ ଭାବେ ଘରକୁ ଫେରିଛି। ଗତ କିଛି ମାସ ମଧ୍ୟରେ ଇରାନର ଆକ୍ରମଣର ଜବାବରେ ଏହି ଆକ୍ରମଣ ହୋଇଥିଲା। ଆମର ମିଶନ ସଫଳ ହୋଇଛି।
ଇସ୍ରାଏଲ ସେନା କହିଛି ଯେ ଶନିବାର ଲେବାନନରୁ ଇସ୍ରାଏଲକୁ ପ୍ରବେଶ କରୁଥିବା ଏକ ଡ୍ରୋନକୁ ସେମାନେ ଅଟକାଇଥିଲେ। ଇସ୍ରାଏଲ ଇରାନ ଭିତରେ ଥିବା ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରିବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ଉପର ଗାଲିଲି ଅଞ୍ଚଳରେ ସକାଳ ୮ଟା ୩୯ରୁ ୮ଟା ୪୧ ମଧ୍ୟରେ ବାୟୁସେନା ଲେବାନନରୁ ଇସ୍ରାଏଲକୁ ପ୍ରବେଶ କରୁଥିବା ଏକ ଡ୍ରୋନକୁ ଅଟକାଇଥିଲା।
ଇସ୍ରାଏଲ କହିଛି, ମାସ ସାରା ଇରାନ ଆମ ଉପରେ ବାଲିଷ୍ଟିକ ମିସାଇଲରେ ଆକ୍ରମଣ କରି ଚାଲିଥିଲା। ଏମିତିରେ ଏହା ଆମ ପକ୍ଷରୁ ପ୍ରତିଜବାବ ଥିଲା। ଉଲ୍ଲେଖନୀୟ ତେହରାନରେ ହମାସ ମୁଖ୍ୟଙ୍କ ହତ୍ୟା ପରଠୁ ଇରାନ ଉତକ୍ଷୀପ୍ତ ହୋଇ ପଡିଛି ଓ ଲଗାତାର ଇସ୍ରାଏଲକୁ ଧମକ ଦେଇ ଚାଲିଛି। ଏପରିକି ଲେବାନନରେ ହିଜବୁଲ୍ଲା ମୁଖ୍ୟଙ୍କ ହତ୍ୟା ପରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା।
ଅନ୍ୟପଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ତାଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜେକ ସୁଲିବାନ ଶୁକ୍ରବାର ପୁରା ଦିନର ଘଟଣାକ୍ରମ ବିଷୟରେ ଅବଗତ କରାଇଛନ୍ତି। ଆଉ ଆମେରିକା ହିସାବରେ ଇସ୍ରାଏଲର ଏହି ଅଭିଯାନ ବ୍ୟାପକ, ସଠିକ ଥିଲା। ଆମେରିକାର ଏହି ଆକ୍ରମଣରେ କୌଣସି ସଂପୃକ୍ତି ନାହିଁ। ଆମେରିକା ଇସ୍ରାଏଲର ପିଠି ଥାପୁଡେଇ କହିଛି ଯେ, ୟହୁଦୀ ଦେଶ ପ୍ରତିଶୋଧ ବି ନେଲା ଏବଂ କୌଣସି ଆଣବିକ ଭଣ୍ଡାରକୁ ଟାର୍ଗେଟ୍ କରି ନାହିଁ। ଆଉ ଏଥିରେ ଇରାନର କ୍ଷତି ଘଟିନାହିଁ।
ଅଧିକ ପଢ଼ନ୍ତୁ: ଆମେରିକା କହିଲା- ହିସାବ ବରାବର ହୋଇଗଲା